STORYMIRROR

Laxmi Priya

Inspirational

3  

Laxmi Priya

Inspirational

ଗୁରୁ ଶିକ୍ଷା

ଗୁରୁ ଶିକ୍ଷା

1 min
169

ଜୀବନର ଚଲାପଥ କୁସୁମିତ

ହେ ଗୁରୁ ତୁମରି ମାର୍ଗଦର୍ଶନ ରୁ

ପୂର୍ଣ୍ଣ ମୋର ଯେତେକ ବାଞ୍ଚ୍ଛିତ

ହେ ଗୁରୁ ତୁମରି ଶୁଭାର୍ଶିବାଦରୁ l


ମୋ ମନେ ସ୍ନେହ,ପ୍ରେମ, ମୈତ୍ରୀର ପ୍ରତିଷ୍ଠା

ହେ ଗୁରୁ ତୁମରି ଆଦରପଣରୁ

ମୋ ମନେ ଦୟା, କ୍ଷମା, ସମ୍ମାନର ଭାବ

ଶିଖିଛି ମୁଁ ତୁମ ଆଚରଣରୁ।


ଠିକ୍ ଭୁଲ୍ ବାଛିବାର ଜ୍ଞାନ

କରିଅଛ ତୁମେ ହିଁ ପ୍ରଦାନ

ଶିଖାଇଛ ଜଟିଳ ସ୍ଥିତିରେ

ରଖିବାକୁ ଦୃଢ଼ ସଦା ମନ l


ଆମପାଇଁ ହୃଦୟରୁ ତୁମେ

ଢାଳିଦିଅ ଅପାର କରୁଣା

ତୁମରି ଶିକ୍ଷାରୁ ହିଁ ତ ଆମେ

ଅନେକରେ ଏକ ହୋଇ ଗଣା।


ଚାଲିବାକୁ ପାଦେ ଦୁଇ ମୋର

ଭରିଅଛ ଅସୀମ ଶକ୍ତି

ତୁମ ଦତ୍ତ ଜ୍ଞାନ କୌଶଳରେ

ଜୀବନ ଜୀଉଁଛି ମୁଁ ତ ନିତି l


ତୁମରି ଶିକ୍ଷାର ଏହା ଫଳ

ଦିଏ ମତେ ଦୃଢ଼ ମନୋବଳ

ଶାମୁକାରେ ମୁକ୍ତା ତୁମେ ଗୁରୁ

ଜ୍ଞାନ ତୁମ ମହୋଦଧି ଜଳ l


ସେ ଜଳରୁ ବିନ୍ଦୁଏ ବି ନୁହେଁ

ବିନ୍ଦୁଏ ରୁ ଶୂନ ଶୂନ ଭାଗ

ସେ ଭାଗରୁ ଏକ ପ୍ରତିଶତ

ଯଦି ମିଳେ ସେହିତ ସୌଭାଗ୍ୟ।


ତୁମରି ପୟରେ ମୋର ମଥା

କରିବନି କରୁଣା ରୁ ଉଣା

ମୁହିଁ ଛାର ଦେଇ ବା ପାରିବି

ପ୍ରତିଦାନେ କି ଗୁରୁ ଦକ୍ଷିଣା l


ସିନ୍ଦୂରା ର ସୂର୍ଯ୍ୟୋଦୟ ତୁମେ 

ଉତ୍କଳର ଯୋଗ୍ୟତମ ସୁତ

ତୁମ ଚରଣାରବିନ୍ଦ ତଳେ

କରୁଅଛି କୋଟି ପ୍ରାଣିପାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational