STORYMIRROR

Laxmi Priya

Others

3  

Laxmi Priya

Others

ପାହାନ୍ତି ସପନ

ପାହାନ୍ତି ସପନ

1 min
221

ରାତି ପାହି ଯାଏ ସକାଳ ଆସେନା

ଅନ୍ଧାରକୁ ଲାଗେ ଡର

ପାହାନ୍ତି ଲଗନେ ମଜ୍ଜିଲି ସପନେ

ନିଦ ଭାଙ୍ଗିଗଲା ମୋର


ସପନ ବିଳାସୀ ଆଖି ପଲକରେ

ନିଦ ବା ଆସିବ କାହୁଁ 

ପୁନେଇଁ ତିଥିରୁ ଅମାବାସ୍ୟା ହେଲା

ଆଖି ଖୋଲି ଚାହୁଁ ଚାହୁଁ


ଲୋଟି ପଡ଼ିଥିଲା ଗଙ୍ଗଶିଉଳି 

ମୁହଁ ମାଡି ଚଟାଣରେ

ଭାସି ଆସୁଥିବା ମହକ ତାହାର

ଫିକା ପଡୁଥିଲା ଧିରେ


ଚନ୍ଦ୍ର ଚାହୁଁଥିଲା କୁମୁଦ ମୁହଁକୁ

ଅଶ୍ରୁଭିଜା ନୟନରେ

ଲିଭି ଆସୁଥିଲେ ଆକାଶରୁ ତାରା

ନିଦହଜା ପାହାନ୍ତିରେ

ଅନ୍ଧାର ରଜନୀ ପାହିଲା ଦେଖିଲି

ଅରୁଣିମା ପ୍ରାଚୀ ତୀରେ।



Rate this content
Log in