ପାହାନ୍ତି ସପନ
ପାହାନ୍ତି ସପନ
1 min
226
ରାତି ପାହି ଯାଏ ସକାଳ ଆସେନା
ଅନ୍ଧାରକୁ ଲାଗେ ଡର
ପାହାନ୍ତି ଲଗନେ ମଜ୍ଜିଲି ସପନେ
ନିଦ ଭାଙ୍ଗିଗଲା ମୋର
ସପନ ବିଳାସୀ ଆଖି ପଲକରେ
ନିଦ ବା ଆସିବ କାହୁଁ
ପୁନେଇଁ ତିଥିରୁ ଅମାବାସ୍ୟା ହେଲା
ଆଖି ଖୋଲି ଚାହୁଁ ଚାହୁଁ
ଲୋଟି ପଡ଼ିଥିଲା ଗଙ୍ଗଶିଉଳି
ମୁହଁ ମାଡି ଚଟାଣରେ
ଭାସି ଆସୁଥିବା ମହକ ତାହାର
ଫିକା ପଡୁଥିଲା ଧିରେ
ଚନ୍ଦ୍ର ଚାହୁଁଥିଲା କୁମୁଦ ମୁହଁକୁ
ଅଶ୍ରୁଭିଜା ନୟନରେ
ଲିଭି ଆସୁଥିଲେ ଆକାଶରୁ ତାରା
ନିଦହଜା ପାହାନ୍ତିରେ
ଅନ୍ଧାର ରଜନୀ ପାହିଲା ଦେଖିଲି
ଅରୁଣିମା ପ୍ରାଚୀ ତୀରେ।
