STORYMIRROR

Laxmi Priya

Others

3  

Laxmi Priya

Others

ମୋ ପାଇଁ ନୂଆବର୍ଷ

ମୋ ପାଇଁ ନୂଆବର୍ଷ

1 min
151

ନା ଥିଲା ଆନନ୍ଦ ଉତ୍ସାହ ନା ଉଦ୍ଦୀପନା

ସମୟ ବଦଳିଥିଲା ବର୍ଷ ତାରିଖ ସହ କ୍ୟାଲେଣ୍ଡର ମଧ୍ୟ

ଶୀତ ପ୍ରଭାବରେ ମୁହଁରେ ଟିକିଏ ବି ମଳିନତା ନଥିଲା

କିନ୍ତୁ ପ୍ରସନ୍ନତା କେଜାଣି କୋଉଠି ଉଭେଇ ଯାଇଥିଲା

ସଭିଙ୍କ ଭିତରେ ବ୍ୟସ୍ତ ମୁଁ

ମନରେ ଅନେକ ଭାବନା କଳ୍ପନା

ସେହି ସ୍ୱତନ୍ତ୍ର ଭାବ ହଜିଯାଇଥିଲା

କିଛି ବି ନୂତନତା ନଥିଲା

ନା ଗେଣ୍ଡୁର ବାସ

ନା ଗୋଲାପର ହସ

ନା ଶୁଭେଚ୍ଛା ବାର୍ତ୍ତା

ନା ଦୁଇ ପଦ କଥା

ନା ଫୁଲରେ ନା ପତ୍ରରେ

ନା ହୃଦୟ ଭିତରେ

ପୌଷ ଏଇ ଶୀତ ସକାଳରେ

ପାଗ ମେଘୁଆ ଥିଲା

ଏମିତିରେ ଦିନ ବିତିଗଲା ସନ୍ଧ୍ୟା ବିତିଗଲା

ଶୋଇବାର ଠିକ୍ ପୂର୍ବରୁ ମହକିଗଲା 

ଅତୀତର ମଉଳା ଫୁଲ

ବାସ୍ନାମୟ ମୋ ଚତୁଃପାର୍ଶ୍ଵ

ମୁଁ ଉଦବିଗ୍ନ ଉଦାସ

ଆଗକୁ ବଢ଼ିବା ପାଇଁ ଅତୀତକୁ

ପାଶୋରି ଦେବା ହିଁ ଶ୍ରେୟ

ଝରା ଫୁଲର ବାସ୍ନାରେ

ମୋହିତ ହେଲେ କି ଲାଭ

ଚାପିଦେଲି ବନ୍ଦ ଡାଏରୀ ଭିତରେ 

କିଛି ଅବଶୋଶ କିଛି ଆଶା

କିଛି ନୀରବ ଅଭିଯୋଗକୁ ନେଇ ଶୋଇବାକୁ ଚେଷ୍ଟା କଲି

ନା ମନ ବୁଝିଲା ନା ନିଦ ଆସିଲା

କିଛି ନୂଆ ନୁହେଁ

ଅଳ୍ପରେ ଅଳ୍ପରେ ଏମିତି ହିଁ ମୋ ନୂଆବର୍ଷ ଥିଲା।



Rate this content
Log in