STORYMIRROR

Laxmi Priya

Romance Classics Fantasy

4  

Laxmi Priya

Romance Classics Fantasy

ନାୟିକା

ନାୟିକା

1 min
366

ତୁମେ ଆସିଥିଲ ଗୋଧୂଳି ବେଳାରେ

ଲାଜର ଓଢ଼ଣା ଟାଣି,

ମୋ ମନେ ଜଳିଲା ପ୍ରେମର ଦୀପାଳି

ତୁମ ପାଦ ଶବ୍ଦ ଶୁଣି।

ଗହନ ବନରେ କେତକୀ ଗୋ ତୁମେ

ବାସ୍ନାୟିତ ମୋର ମନ,

ଘନ ଅନ୍ଧକାରେ ଆଲୋକ ବର୍ତ୍ତିକା

ନିଦାଘେ ବାସ ଚନ୍ଦନ।

ମନ ଯେ ତୁମର ଶୁଦ୍ଧ ସୁବର୍ଣ୍ଣ

ତୁମେ ମୋର ପ୍ରିୟତମା,

ପୂର୍ଣିମା ଆକାଶେ ଚନ୍ଦ୍ରମା ତୁମେ

ମରୁପଥେ ସବୁଜିମା।

ଫଗୁଣ ଦେଶର ଫୁଲମତୀ ତୁମେ

ଇନ୍ଦ୍ରଧନୁ ସପ୍ତରଙ୍ଗ,

ବଉଦ କୋଳରେ ସୌଦାମିନୀ ତୁମେ

ସାଗର ବକ୍ଷେ ତରଙ୍ଗ।

ମୋ ହୃଦୟେ ତୁମ ହସର ଫଲ୍ଗୁ

ମଥାପିଟେ ବାରମ୍ବାର,

ତୁମ ସ୍ୱର ସତେ ବୀଣାର ଝଙ୍କାର

ସଙ୍ଗୀତର ସାତସ୍ୱର ।

ମନ କୁଞ୍ଜବନେ ତୁମେ ମୋ ରାଧିକା

ତୁମେ ମୋ ସ୍ୱପ୍ନର ପରୀ

ମୋ ପ୍ରେମ କାହାଣୀ ନାୟିକା ଗୋ ତୁମେ

ତୁମେ ମୋ କାବ୍ୟ ମାଧୁରୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance