STORYMIRROR

Laxmi Priya

Children

4  

Laxmi Priya

Children

କୁନା ପାଇଁ ଗୀତ

କୁନା ପାଇଁ ଗୀତ

1 min
407

ଛୁକ୍ ଛୁକ୍ ଛୁକ୍ ଚାଲେ ରେଳଗାଡ଼ି

କା' କା' କରେ କୁଆ

କୁଳୁକୁଳୁ ହୋଇ ବହିଯାଏ ନଈ

ମିଟୁ ମିଟୁ ଡାକେ ଶୁଆ।

ଛମ୍ ଛମ୍ ଶୁଭେ ପାଦର ପାଉଁଜି 

ହୁକେ ହୋ ଡାକେ ବିଲୁଆ

ବାଛୁରୀ ବୋବାଏ ହମ୍ବା ରବି କରି

ଶିଶୁ କାନ୍ଦେ କୁଆଁ କୁଆଁ।

ସର୍ ସର୍ କରି ସାଇକେଲ ଚାଲେ

ଫର ଫର ଉଡେ ନେତ

ଅଗଣାରେ ବସି ଗାଉଛି ଚଟିଆ

କିଚିରି ମିଚିରି ଗୀତ।

ଚଟିଆକୁ ଦେଖି ଆମରି କୁକୁର

ଭୁକୁଥିଲା ଭୋ ଭୋ।

କୁନା ବୋଉ ବସି ଗୀତ ଗାଉଥିଲା 

ଧୋ ରେ ବାଇଆ ଧୋ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children