STORYMIRROR

Snigdha Nayak

Inspirational Children

4  

Snigdha Nayak

Inspirational Children

ଦାନ୍ତ ବଥା

ଦାନ୍ତ ବଥା

2 mins
152

 ସାରା ରାତି ପାରିନି ଶୋଇ

ପାଇ ଦାନ୍ତ ବଥା

କାନ୍ଦି କାନ୍ଦି ଘର ଲୋକଙ୍କୁ

କରି ଦେଲାଣି ଅଥା


ମୁହଁ ଶୁଖାଇ ବସିଛି

ଦେଇ ଗାଲରେ ହାତ

ନେଇ ପାରୁନି ପାଟିକି

ପାଣି ଟିକିଏ କି ଗଣ୍ଡିଏ ଭାତ


ଲଗାଇ ଲବଙ୍ଗ ତେଲ

ଦେଉଛି ଗରମ ସେକ

ତଥାପି କମୁନି ଦରଜ

ଦରଜ ଡରେ ପୁଣି ଲାଗୁନି ଭୋକ


ବାପାଙ୍କ ସହ ଗଲାଣି

ଗାଁ' ଡାକ୍ତର ଖାନା

ସେଠିକାର ଦାନ୍ତ ଡାକ୍ତର

ସମ୍ପର୍କ ରେ ତା ନନା


ଜାଣିଛନ୍ତି ସେ ଦରଜର

ଅସଲ କାରଣ

କହିଲେ ଦେଖି, ମୁରୁକି ହସି

କେତେ ବୁଝାଇ କରିଥିଲି ବାରଣ


କଥା ମୋର ନ ମାନିଲୁ

ଅଯଥା କଷ୍ଟ ଭୋଗିଲୁ

ତାରି ଦଣ୍ଡ ଯେ ଭୋଗିବୁ

ଲେଖିଛି ଔଷଧ ଏବେ ଖାଇବୁ


ପାଟି ଫିଟାଇ ଦେଖିଲେ ଡାକ୍ତର ବାବୁ

ବଡ଼ ସହଜ ଏ ପୋକଙ୍କୁ କରିବା କାବୁ

ପୋକ ଖାଇ ଦେଲେଣି ଦାନ୍ତ ଯେତେ

ଖାଇଲୁ ଯୋଉ ଚକେଲେଟ ଏତେ


ଘଷିଲୁ ନାହିଁ ଦାନ୍ତ କେବେ

କି ଖାଇ ସାରି ନ କଲୁ କୁଳି ଯେବେ

ଏ ପୋକ ହେଇ ସେଇଠି ଜାତ

 ଦାନ୍ତ ସବୁକୁ କଲେଣି ଆହାତ


କାନ୍ଦ କାନ୍ଦ ହୋଇ କୁହେ ବାବୁ

ହେଇ ପାରିବ କି ପୋକଙ୍କ ଉପରେ କାବୁ

କଷ୍ଟ ପାଇ ହେଲିଣି ଅଥା

ମାନିବି ଏବେ ବଡ଼ଙ୍କ କଥା 


ପ୍ରତିଦିନ ଘଷିବି ଦାନ୍ତ

ଚାଲିଯିବେ ସବୁ ପୋକ ହୋଇ କ୍ଲାନ୍ତ

ଖାଇସାରି କରିବି କୁଳି

ରହିବନି ଦାନ୍ତରେ ମଳି

ଚକଲେଟ ପାଇଁ କରିବିନି ଅଳି


ଆଗଭଳି ହୋଇଯିବେ ମୋ ଦାନ୍ତ

କଷ୍ଟ ରୁ ମୁକୁଳି ହେବି ମୁଁ ବି ଶାନ୍ତ

ନେବି ଯତ୍ନ ଦାନ୍ତର ସୁଚାରୁ ରୁପରେ

ଡରିଯାଇ ପୋକ ସବୁ ରହିବେ ଦୂରରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational