ବିରାଡ଼ି ଛୁଆ
ବିରାଡ଼ି ଛୁଆ


କଅଁଳିଆ ବିରାଡି ଛୁଆଟିଏ
ଦେବି କି ତାକୁ କ୍ଷୀର ତାଟିଏ l
ଏକୁଟିଆ ହୋଇ କିଆଁ ବୁଲୁଛି
ଘର ଘର ବୁଲି ମା'କୁ କି ଖୋଜୁଛି l
ମିଆଉଁ ମିଆଉଁ କରି
ମା'କୁ ଡାକ ଛାଡୁଛି l
ଗୋଡ଼ ଲମ୍ବାଇ ଅଖା ଉପରେ ବସିଛି
କ୍ଷୀର ତାଟିଆ କୁ ସେମିତି ଅନାଇଛି l
ମା'କୁ ଝୁରି ଝୁରି ଆଖିରୁ ପାଣି ଗଡାଉଛି
ପୁଣି ମିଆଉଁ...ମିଆଉଁ କରି ଡାକ ଛାଡୁଛି l
ତା'ଡାକ ମା'ବିରାଡି ଶୁଣି ପାରିଛି
ପାଟିରେ ମୂଷା ଟିଏ ନେଇ
ତା'ପାଖରେ ହାଜର ହେଇଛି
ପିଲା କୁ ପାଇ ଖୁସିରେ କୋଳେଇ ନେଇଛି ।