STORYMIRROR

Snigdha Nayak

Drama Romance Others

3  

Snigdha Nayak

Drama Romance Others

କିଏ କୁହେ ଭୁଲି ହୁଏନା...

କିଏ କୁହେ ଭୁଲି ହୁଏନା...

1 min
213

କିଏ କୁହେ ଭୁଲି ହୁଏନା...

ସବୁ ହୁଏ...

ନିଜ ସ୍ୱୀକୃତି ରେ

ହସ ଲୁହ....ପ୍ରେମ..ଯାତନା

ଏକାଠି ହେବା...ଦୁରେଇଯିବା

ସବୁକିଛି....

ହଁ, ସବୁ ସମ୍ଭବ

କେବଳ ହସ୍ତାକ୍ଷର ଟେ ଆଙ୍କିବା କଥା

ହୃଦୟ ନିଜ ସ୍ୱୀକୃତି ଦେଇ...।।


ହେଲେ ଅମାନିଆ ହୃଦୟ

ଏକାପଣିଆ ଜିଦ୍ ନେଇ 

ଯେବେ ସେଇ ଅତୀତ ଭିତରେ

ହସ ଅଣ୍ଡାଳେ....

ସତରେ କଣ ଅଜଣା??

ନା' ସାତ ତାଳ ଅଜସ୍ର ଯାତନା ଭିତରୁ

ଅତୀତ କୁ ଅଣ୍ଡାଳି 

ବର୍ତମାନ ରେ ବି ଅତୀତ କୁ

ପୁଣି ଥରେ ବଞ୍ଚିବାକୁ ଚେଷ୍ଟାକରେ ନି ??


ହଁ, କାହିଁକି ନୁହଁ..!!

ପ୍ରେମ ବି ମୋର..ସ୍ବପ୍ନ ବି ମୋର

ଅତୀତ ବି ମୋର..ଆଉ..ଏ ବର୍ତମାନ ବି ମୋର

ତୁମେ ଚାଁହ ବୋଲି କଣ ଭୁଲିଯିବି?

ନା'.......

ତମେ ବି ତ ମୋର

ଅସୀମ ଏ ପ୍ରେମ ଆୟୁଷ

ଆଜି ବି ଏ ସମ୍ବନ୍ଧ ଯୌବନ ବୟସେ

ମାନେ ରଖେନା କିଏ କାନ୍ଦେ..କିଏ ହସେ

ମୁଁ କିନ୍ତୁ ଭଲ ପାଉଛି.. ଆଉ..ଭଲ ପାଉଥିବି

ଚିରସ୍ରୋତା ନଇଟିଏ ପରି

ଆଜୀବନ ଆମ ପ୍ରେମ ଧାରା ନେଇ ।।


କିଛି ଯାଏନା..କିଛି ଆସେନା

ପଡିଥାଉ ସବୁ ଯନ୍ତ୍ରଣା ପ୍ରେମ ନଇ ତୁଠେ

ପ୍ରସ୍ତର ଶିଳା ଖଣ୍ଡ ମାନ ପରି.....

ମୁଁ କିନ୍ତୁ ଏମିତି ହସୁଥିବି

ତୁମ ପ୍ରେମ ,ତୁମ ଆବେଗ ରେ

ଜୀବନ ର ଶେଷ ସଞ୍ଜ ସଳିତା ଯାଏଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama