The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Pranati Acharya

Drama Romance Classics

4.2  

Pranati Acharya

Drama Romance Classics

ପୀରତି ରଙ୍ଗ

ପୀରତି ରଙ୍ଗ

1 min
416



ପ୍ରଥମ ପ୍ରେମକୁ କଳ୍ପନାରେ ଭରି ଶୋଇଥିଲି ପଲଙ୍କରେ

ସପନ ଦେଖିଲି ପୁଲକେ ଭିଜିଲି ଗୋପନ ପ୍ରୀତି ରଙ୍ଗରେ ।।


ମନର ବାସନା ଅତି ସରାଗରେ ଅନୁରାଗେ ସପ୍ତରଙ୍ଗେ

ନବୀନ ଉନ୍ମେଷ ସେ ପ୍ରୀତି ପରଶେ ଶୁଭ୍ର ଜୋଛନାର ସଙ୍ଗେ ।।


ହୃଦୟ ଆବେଗ ଉଛୁଳା ତରଙ୍ଗ ନବ ମଲ୍ଲିକାର ବାସେ

ପୁରୁବା ପବନେ ପ୍ରେମ ପ୍ରୀତି ମୋର ଉଛୁଳେ ତୁମ ପରଶେ ।।


ମଧୁ ବସନ୍ତର ମଧୁର ଲଗ୍ନରେ ଫୁଲେଇ ପୁନେଇ ଜହ୍ନ

ଇର୍ଷାରେ ଜଳେ ସେ ରାତିର ଶେଷରେ ଦେଖି ଆମ ଏ ମିଳନ ।।


ଛଇଳ ରାତିର ବହଳ ଅନ୍ଧାରେ ଠିକଣା ହଜେଇ ଦେଲି

ବିମୁଗ୍ଧ ହୋଇଲି ପ୍ରେମରେ ତୁମର ଓଠ ଚାପି ହସୁଥିଲି  ।।


ସବୁ ସପନ ମୋ ସପନେ ରହିଲା ଉଭେଇଗଲା ଚାନ୍ଦିନୀ

କେତେ ସ୍ମୃତି ଆଉ ବିସ୍ମୃତି ଢେଉରେ ଭାଙ୍ଗିଲା ନିଦର ରାଣୀ ।।


Rate this content
Log in

Similar oriya poem from Drama