STORYMIRROR

Pranati Acharya

Drama Classics Others

3  

Pranati Acharya

Drama Classics Others

ରହସ୍ୟ

ରହସ୍ୟ

1 min
210


ସୃଷ୍ଟିର ରହସ୍ୟ ଜାଣିବାକୁ ହେଲେ ଜାଣନ୍ତୁ ତାହାର ସୁତ୍ର 

ମଙ୍ଗଳମୟଙ୍କ ସୃଷ୍ଟିରେ ଆମେ ତ କେବଳ ନିମିତ୍ତ ମାତ୍ର ।। 

ଜୀବନ ରହସ୍ୟ ଜାଣିବା ପାଇଁ କି ପ୍ରଶ୍ନ ତ ଭାରି ଜଟିଳ 

ନିଷ୍ପାପ ଶିଶୁଟି ବୁଝି ପାରେ ନାହିଁ କି ଦୋଷ ଥିଲା ତାହାର ।। 

ମଣିଷ ପଣିଆ ହଜିଗଲା ଏଠି ଅଲୋଡା ଜୀବନ ତାର 

ନିଷ୍ଠୁର ହୋଇଲେ ଜନନୀ ପିୟର ଜୀବନ ତା ଅନ୍ଧକାର ।। 

ଅଭିଶପ୍ତ ଭରା ଜୀବନ ତା ସତେ ବୁଝେନି ସମାଜ ନୀତି 

କାହା ହାତେ ହେବ ଉଦ୍ଧାର ତାହାର କିଏ ଦେବ ତାକୁ ମୁକ୍ତି ।। 

ନିର୍ଦ୍ଦୟ ମଣିଷ ନିଷ୍ଠୁରତା ପାଇଁ ନବ ଜାତ ସହେ କ୍ଲେଶ 

କାହା ଦୋଷ ପାଇଁ କିଏ ଦଣ୍ଡ ଭୋଗେ ସମାଜ ଖୋଜେ ରହସ୍ୟ ।। 

ସତମିଛ ଭରା ସମାଜ ଏ ପରା ଦପଦପ ହୋଇ ଜଳେ 

ମିଛର ରହସ୍ୟ ଅନ୍ଧାର ଭିତରେ ରହିଯାଏ କାଳେ କାଳେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama