କଳଙ୍କ
କଳଙ୍କ
ଚନ୍ଦ୍ରରେ କଳଙ୍କ ନଥିଲେ ସତେ କି ଦିଶନ୍ତା ସିଏ ସୁନ୍ଦର
ନିନ୍ଦା ପାଇଁ ପ୍ରେମ ସୁନ୍ଦର ଯେ ଦିଶେ ବେଶରାଇ ଦାମୋଦର ।।
ସ୍ୱାର୍ଥ ଓ ସମ୍ପର୍କ ଦୁଇଟି ଭିତରେ କିଏ ମିଛ କିଏ ସତ
ନିଃଶ୍ୱାସକୁ ଥରେ ପଚାରି ଦେଖିବ ଛାତି ପରେ ରଖି ହାତ ।।
କଳଙ୍କ ନୁହେଁ ସେ ଚନ୍ଦ୍ର ଛାୟା ଦାଗ ସଂଘର୍ଷର ସେ ପ୍ରତୀକ
କଳଙ୍କ ଥାଇ ବି ଶୋଭା ପାଏ ଚାନ୍ଦ ପାପର ଜୟ କ୍ଷଣିକ ।।
ଲୁହର ସାଗରେ ହସ ସବୁ ସରେ ଭାଗ୍ୟ ଦେଲେ ଅଭିଶାପ
ସତ ମିଛ ଭରା ଦୁନିଆ ମଝିରେ ଲିଭେ ବିଶ୍ୱାସ ପ୍ରଦୀପ ।।
ବାଇଶି ପାହାଚ ଉପରକୁ ଗଲେ ହାତ ଟେକି ଦେଉଥିବ
ଅନ୍ତର୍ଯ୍ୟାମୀ ନାମେ ଲାଗିବ କଳଙ୍କ ଯଦି କିଛି ବି ମାଗିବ ।।
କଳଙ୍କ ବୋଳନା ଶାଣିତ ରଙ୍ଗରେ ବିଶ୍ୱାସ ସାଧିବ ଦାଉ
କଳା ହୋଇଯିବ ଅତୁଟ ସମ୍ପର୍କ ଆଖିରୁ ଝରିବ ଲହୁ ।।