STORYMIRROR

Pranati Acharya

Romance

3  

Pranati Acharya

Romance

କଳଙ୍କ

କଳଙ୍କ

1 min
244


ଚନ୍ଦ୍ରରେ କଳଙ୍କ ନଥିଲେ ସତେ କି ଦିଶନ୍ତା ସିଏ ସୁନ୍ଦର 

ନିନ୍ଦା ପାଇଁ ପ୍ରେମ ସୁନ୍ଦର ଯେ ଦିଶେ ବେଶରାଇ ଦାମୋଦର ।। 

ସ୍ୱାର୍ଥ ଓ ସମ୍ପର୍କ ଦୁଇଟି ଭିତରେ କିଏ ମିଛ କିଏ ସତ 

ନିଃଶ୍ୱାସକୁ ଥରେ ପଚାରି ଦେଖିବ ଛାତି ପରେ ରଖି ହାତ ।। 

କଳଙ୍କ ନୁହେଁ ସେ ଚନ୍ଦ୍ର ଛାୟା ଦାଗ ସଂଘର୍ଷର ସେ ପ୍ରତୀକ 

କଳଙ୍କ ଥାଇ ବି ଶୋଭା ପାଏ ଚାନ୍ଦ ପାପର ଜୟ କ୍ଷଣିକ ।। 

ଲୁହର ସାଗରେ ହସ ସବୁ ସରେ ଭାଗ୍ୟ ଦେଲେ ଅଭିଶାପ 

ସତ ମିଛ ଭରା ଦୁନିଆ ମଝିରେ ଲିଭେ ବିଶ୍ୱାସ ପ୍ରଦୀପ ।। 

ବାଇଶି ପାହାଚ ଉପରକୁ ଗଲେ ହାତ ଟେକି ଦେଉଥିବ 

ଅନ୍ତର୍ଯ୍ୟାମୀ ନାମେ ଲାଗିବ କଳଙ୍କ ଯଦି କିଛି ବି ମାଗିବ ।। 

କଳଙ୍କ ବୋଳନା ଶାଣିତ ରଙ୍ଗରେ ବିଶ୍ୱାସ ସାଧିବ ଦାଉ 

କଳା ହୋଇଯିବ ଅତୁଟ ସମ୍ପର୍କ ଆଖିରୁ ଝରିବ ଲହୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance