STORYMIRROR

Pranati Acharya

Classics

4  

Pranati Acharya

Classics

ଆଶାର ଦିପାଳୀ

ଆଶାର ଦିପାଳୀ

1 min
281


ତୁମେ ନାହଁ ବୋଲି ମଳୟ ପବନ ଲାଗେ ରୌଦ୍ର ତପ୍ତ ଝାସ

ତୁମେ ନାହଁ ବୋଲି ବସନ୍ତେ ନାହିଁ ସେ ଶିହରଣ ମଧୁବାସ।। 


ତୁମେ ନାହଁ ବୋଲି ସପନ ଆସେନା ଜହ୍ନ ଝୁରୁଥାଏ କଇଁ

ତୁମେ ନାହଁ ବୋଲି ବଇଁଶୀ ବର୍ଣ୍ଣାଳୀ ରାଗେ ସେହି ରାଗ ନାହିଁ।। 


ତୁମେ ନାହଁ ବୋଲି ନଲୋଡେ ଅଳିନ୍ଦ ଗନ୍ଧହୀନ ଅପଘନ

ତୁମେ ନାହଁ ବୋଲି ଗୋପନ ଗବାକ୍ଷେ ଅପହୃତ ଯଉବନ।।


ତୁମେ ନାହଁ ବୋଲି ଅକ୍ଷେ ନିଖୋଜ ଇନ୍ଦ୍ରଧନୁ ର ବାଟ

ତୁମେ ନାହଁ ବୋଲି ଚନ୍ଦ୍ରିକା ଖେଳଇ ଛଳନା ର ମଧୁହାଟ।।


ତୁମେ ନାହଁ ବୋଲି ବସନ୍ତ ପଳାଶ ମୁଠାଏ ପାଉଁଶ ବୋଳା

ତୁମେ ନାହଁ ବୋଲି ପିଆଲି ଆଙ୍କିଛି ସପନ ର ମଧୁଶାଳା।।


ତୁମେ ନାହଁ ବୋଲି ପଡିନି ପ୍ରେମ ରେ ଚନ୍ଦ୍ର ସୁରୂଜ ର ଛାଇ

ତୁମେ ନାହଁ ବୋଲି କାବ୍ୟ କୁସୁମ ରେ ରହିଛି ସେ ନୂଆ ହୋଇ।।


ତୁମେ ନାହିଁ ବୋଲି ଓଠ ସିନା ତୁନି କଥା କୁହେ ଲୁହଧାର

ତୁମରି ଗୋଲାପ ଆଜିବି ସାଇତା ଆଶା ଦୀପ ଉଜାଗର।।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics