STORYMIRROR

Pranati Acharya

Horror Tragedy

3  

Pranati Acharya

Horror Tragedy

ପ୍ରେତାତ୍ମା ଡାକୁଛି

ପ୍ରେତାତ୍ମା ଡାକୁଛି

1 min
174


ବାପା ମାଆ ଅଜା ଆଈ 

ଜେଜେଙ୍କ ଠାରୁ ଶୁଣି ଶୁଣି 

ଦେହ ମୋ ଯାଉଛି ଶୀତେଇ , 

ଆଜି ବି ଦେଉଛି ଥରାଇ 

ଭୂତ ପ୍ରେତ ଡାହାଣୀର କଥା 

ଶୁଣି ହୁଏ ଭାରି ମୁଣ୍ଡ ବ୍ୟଥା, 

ପ୍ରେତାତ୍ମା ଡାକୁଛି..... 


ପ୍ରେତାତ୍ମା ଡାକୁଛି 

ହେ ମଣିଷ ଭାଇ 

ମତେ ତୁମେ ମର୍ତ୍ତ୍ୟେ ଭୁଲିବ ନାହିଁ, 

ସନ୍ଧ୍ୟାରେ ତାଟି କବାଟ ପଡୁଥିଲା ଗାଆଁ ରେ, 

ମିଞ୍ଜିମିଞ୍ଜି ଡିବି ଆଲୁଅରେ 

କିଟିମିଟି ଅନ୍ଧାର ରାତିରେ 

ଜହ୍ନ ରାତିର ମୃଦୁ ଅନ୍ଧାରରେ 

ଲମ୍ବା ଲମ୍ବା ବୃକ୍ଷର ଛାଇରେ, 


ପ୍ରେତାତ୍ମା ଡାକୁଛି.... 

ରାତ୍ରି ଚର ପଶୁପକ୍ଷୀଙ୍କ ବିକଟ ଚିତ୍କାରରେ 

ଜଳନ୍ତା ଜୁଇର ପୋଡା ଅଙ୍ଗାରରେ, 

ଚଳନ୍ତି ବିଲୁଆ ମୁଖରେ 

ବିଚିତ୍ର ଭୟଙ୍କର ଛାଇ ଆଲୁଅରେ 

ଶ୍ବାନର ବିକଟାଳ ରଡିରେ, 

ପ୍ରେତାତ୍ମା ଡାକୁଛି... 

ହେ ମଣିଷ ଭାଇ..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror