STORYMIRROR

Ashok Kumar Pradhan

Horror Inspirational

4  

Ashok Kumar Pradhan

Horror Inspirational

ମୃତ୍ୟୁର ଦୂତ

ମୃତ୍ୟୁର ଦୂତ

1 min
23.5K


ସିଗାରେଟ

ତୁମେକେବେ ସାଜ 

ମୃତ୍ୟୁର ଦୂତ 

ଧୂମ୍ର କୁଣ୍ଡଲୀ

ଉଠିଗଲା ପରି 

ପିଣ୍ଡରୁ ପରାଣ ଉଠି ଯାଏ ll


କେତେ ପିତା ମାତା ସନ୍ତାନ ହରା 

କେତେ ସଧବାର

ବୈଧବ୍ୟ ଯନ୍ତ୍ରଣା 

କେତେ ପିଲା ଛୁଆ ଅନାଥ

ଦେଶ ହରାଏ

ଏକ ନାଗରିକ ll


ସିଗାରେଟ୍ ଆଣେ କର୍କଟ ପରି 

ମହାମାରୀ ରୋଗ ର ଆମନ୍ତ୍ରଣ 

ଫୁସଫୁସ ଛିଦ୍ରଯୁକ୍ତ କରି 

ଶୀର୍ଣ୍ଣ କରେ

ମୁଖ ମଣ୍ଡଳ ଓ ଶରୀର କୁ 

ଶେଷରେ ଜୀବନ ସରିଯାଏ ll


ମାଟିରେ ମିଶି ଯାଏ ଅବୟବ 

କଙ୍କାଳଟା ଖାଲି 

ମାଟିକୁ ଖତେଇ ହୁଏ 

ଗଳା ଖଙ୍କାରି 

ଧିକ୍କାର କରେ

କୃତ କର୍ମର 

ପ୍ରାୟଶ୍ଚିତ କରିବାକୁ ll


ନା ଥାଏ ସମୟ 

ନା ଥାଏ ଜୀବନ 

ଥାଏ ଖାଲି ଅବଶେଷ 

କଙ୍କାଳ 

ମୃତ୍ୟୁ ର ଦୂତ 

ସିଗାରେଟ୍ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror