ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ଏଇ ନୀଳ ନିଳିମାର ଆକାଶ ବୁକୁରେ
ଚାନ୍ଦଡାକେ ହାତ ଠାରି
ପାରିିବେନି ଦେଇ ଏଈ ହାତେ ମୋର
ଶୀତଳ ଯୋଛନା ଭରି ।
ଆଞ୍ଜୁଳାରେ ମୋର ପ୍ରୀତି ପ୍ରଣୟର
ବାସ୍ନା ଭରା ସୁବାସର
ତୁମେ ସାଥୀ ଆଜି ଥାଅ ଯେଉଁଠାରେ
ମନେପଡେ ବାରମ୍ବାର ।
କଳକଂ କାଳିମା ଲେପି ହେଇଯାଉ
ମୋର ଏ ଚଲାପଥରେ
ଲିଭିିିଯାଉ ମୋର ଜୀବନ ପ୍ରଦୀପ
ଥିବି ମୁଁ ତୁମ ସାଥିରେ ।
ପାଉଁଁଶ ମୁଠାଏ ହୋଇଯିବି ଯେବେ
ବାୟୁ ତରଙ୍ଗର ଦେହେ
ଅତୃପ୍ତ ଆତ୍ମା ଖୋଜି ବୁଲୁଥିବ
ତୁମକୁ ମୁଁ ଭଲପାଏ ।