STORYMIRROR

ଡ.ସୁରେଶ ଚନ୍ଦ୍ର ବରାଡ଼

Horror

3  

ଡ.ସୁରେଶ ଚନ୍ଦ୍ର ବରାଡ଼

Horror

ଯୁଦ୍ଧ

ଯୁଦ୍ଧ

1 min
18


କେତେ ଦିନ ପାଇଁ 

ଆସିଛୁ ସଂସାରେ?

ମିଥ୍ୟା ଗରବେ ନ ହୁଡ଼ି,

ମନକୁ ପ୍ରାଧାନ୍ୟ 

ନ ଦେଇ ମନୁଷ୍ୟ 

ବଞ୍ଚ ଅହଙ୍କାର ଛାଡ଼ି।

ଗରବରେ ଛାତି

ଫୁଲାଇ ଯୁଦ୍ଧରେ 

ହେଉ କିମ୍ପାଇଁ ପ୍ରବୃତ୍ତ,

ଛାର ମଶାଟିଏ

ବଞ୍ଚାଇବା ଶକ୍ତି 

ନଥାଇ ହେଉଛୁ ମତ୍ତ।

ରକତ ଟୋପାଏ

ଦେବାକୁ କାହାକୁ

ସାମରଥ ତୋର ନାହିଁ,

କୋଟି କୋଟି ପ୍ରାଣ

ହରଣ କରିକି

ରକତ ବୁହାଉ କାହିଁ।

ସୁଧୁରି ଯାଆ ମନୁଷ୍ୟ

ନେଡ଼ିଗୁଡ଼ କହୁଣୀକୁ ବହିଗଲେ 

ଜୀବନ ହୋଇବ ବିଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror