ଯୁଦ୍ଧ
ଯୁଦ୍ଧ
କେତେ ଦିନ ପାଇଁ
ଆସିଛୁ ସଂସାରେ?
ମିଥ୍ୟା ଗରବେ ନ ହୁଡ଼ି,
ମନକୁ ପ୍ରାଧାନ୍ୟ
ନ ଦେଇ ମନୁଷ୍ୟ
ବଞ୍ଚ ଅହଙ୍କାର ଛାଡ଼ି।
ଗରବରେ ଛାତି
ଫୁଲାଇ ଯୁଦ୍ଧରେ
ହେଉ କିମ୍ପାଇଁ ପ୍ରବୃତ୍ତ,
ଛାର ମଶାଟିଏ
ବଞ୍ଚାଇବା ଶକ୍ତି
ନଥାଇ ହେଉଛୁ ମତ୍ତ।
ରକତ ଟୋପାଏ
ଦେବାକୁ କାହାକୁ
ସାମରଥ ତୋର ନାହିଁ,
କୋଟି କୋଟି ପ୍ରାଣ
ହରଣ କରିକି
ରକତ ବୁହାଉ କାହିଁ।
ସୁଧୁରି ଯାଆ ମନୁଷ୍ୟ
ନେଡ଼ିଗୁଡ଼ କହୁଣୀକୁ ବହିଗଲେ
ଜୀବନ ହୋଇବ ବିଷ।

