STORYMIRROR

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

4  

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

ବୟସର ଅପରାହ୍ନେ ବର୍ଷା ଚିନ୍ତନ

ବୟସର ଅପରାହ୍ନେ ବର୍ଷା ଚିନ୍ତନ

1 min
12

ବୟସର ଅପରାହ୍ନେ

ସ୍କୁଟି ପରେ ବସିଛି ମୁଁ ବର୍ଷାତି ପିନ୍ଧିଛି,

ପ୍ରଥମ ମୌସୁମୀ ବର୍ଷା

ଅବିଶ୍ରାନ୍ତ ବରଷି ଚାଲିଛି।

ଗଡ଼ୁଛି ଯାନ ତା’ର ସେ

ଧିର ବେଗେ ସଧିରେ ଚାଲିଛି,

ମନଟା ମୋ

ଧିରେ ଧିରେ ବର୍ଷା ଦେଖି

କୁରୁ କରୁ ହେବାରେ ଲାଗିଛି।

ମନଟା କହୁଛି

ହେଲମେଟ ଖୋଲି ଦେଇ

ବର୍ଷାତି ଓହ୍ଲାଇ,

ଓହ୍ଲାଇ ପଡ଼ନ୍ତି ଟିକେ

ଦେହ ମନ ଦିଅନ୍ତି ଭିଜେଇ।

ଆଲିଙ୍ଗନ ପାଶେ ଭିଡ଼ି

ବଷାର୍କୁ ଜାବୋଡ଼ି ଧରି

ମନଟା କହୁଛି ଥିରି,

ଦିଅନ୍ତି ତା’ ଓଠେ ଉଷ୍ମ ସ୍ଵାକ୍ଷର ଶତେକ ଭରି।

କିନ୍ତୁ ହାୟ!

ବୟସର ନାହିଁ ଅନୁମତି

ଗଡ଼ୁଛି ସ୍କୁଟି ତା ପଥେ

ମନଟାକୁ କରି ଅସହାୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy