STORYMIRROR

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

4  

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

ବର୍ଷାର ବର୍ଷା ଅନୁଭୁତି-୧

ବର୍ଷାର ବର୍ଷା ଅନୁଭୁତି-୧

1 min
20

ବର୍ଷା

ବୟସ ଯା’ ଦୁଇ

ବିନାମ୍ବରେ ଅମ୍ବରକୁ ଚାହିଁ

ବର୍ଷାର ପରଶକୁ 

ପରଖିବା ଚାହୁଁଛି ସେ 

ନିଜ ଜିହ୍ଵାଦେଇ।

ବର୍ଷା

ବୟସ ଯା’ ସାତ

ଦେହେ ନାଇ ଫ୍ରକଟିଏ

ଭୂଇଁ ସମାନ୍ତର କରି ଦୁଇ ହାତ

ମଜୁଛି ଭିଜୁଛି, 

ବର୍ଷାରେ ଖୋଜୁଛି ଖୁସି

ହୋଇ ଆଦ୍ରୀକୃତ।

ବର୍ଷା

ବୟସ ପନ୍ଦର

ଶରୀରରେ ବୟସ ଯା’ 

ଦେଖାଏ ହୁନ୍ଦର,

ନେଉଛି ଆନନ୍ଦ

ମୌସୁମୀର ଆଦ୍ୟ ଅସରାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy