STORYMIRROR

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

4  

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

ବରଷା ଆସିଲେ

ବରଷା ଆସିଲେ

1 min
25


ବରଷା ଆସିଲେ

ଅଶି ବର୍ଷ ବାଲା

ବୃଦ୍ଧ ହୋଇ ଉଠଇ ଯୁଆନ,

ମନେ ପଡ଼ି ଯାଏ

ବର୍ଷା ଭିଜା ତା'ର

କୈଶୋର କୁରୁଳେ ତନୁ ମନ।

ବରଷା ଆସିଲେ

ପଚାଶ ବର୍ଷିଆ

ମଣିଷଟା ଖୋଜେ ଗଛ ମୂଳ,

ଆଉଜି ଯାଅଇ

ଦୋକାନ ସାମ୍ନାରେ

ଅଥବା କେଉଁ କେବିନ ତଳ।

ବରଷା ଆସିଲେ

ଗଜୁରା ନିଶୁଆ

ଯୁବକ ମଟର ସାଇକଲ,

ଚଢ଼ି ମଜା ନିଏ

ଛାତି ଖୋଲା ଦେହେ

ଓଦା ସରସର ବିଲକୁଲ।

ବରଷା ଆସିଲେ

ଆବୋଧ ଶିଶୁକୁ

କିଏ ଟାଣେ ଟାଣେ ଧାଇଁ ଯାଏ,

ଭିଡ଼ି ଓଟାରିଲେ

ଖସି ଧାଇଁ ଯାଇ

ବରଷା ପରଷ ନେଇଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy