STORYMIRROR

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

3  

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

ବର୍ଷାର ବର୍ଷା ଅନୁଭୁତି-୩

ବର୍ଷାର ବର୍ଷା ଅନୁଭୁତି-୩

1 min
11


ବର୍ଷା

ବୟସ ପଚିଶ,

ପାଖରେ ଶୋଇଛି ଛୁଆ

ପବନ ଲାଗେ ଶୀତୁଆ

ତନୁ ମନ ଲାଗେ ବାତଗ୍ରସ୍ତ

ଖୋଜୁଛି ସ୍ଵାମୀ ପରଶ

କର୍ମ ପାଇଁ ଯାଇଛି ଯେ

କାହିଁ ଦୂର ଦେଶ।

ବର୍ଷା

ବୟସ ତା’ ସତାଇଶ,

ବର୍ଷା ସହ ତାଳ ଦେଇ

ବଢ଼ୁଛି ପରିବା ଦର

କେହ୍ନେ ସମ୍ଭାଳିବ ଘର

ସ୍ଵାମୀ ଆଜି ଯାଇନି କାମକୁ

ମଜଦୁରୀ ମିଳୁନାହିଁ ମନଟା ଅବଶ।

ବର୍ଷା

ବୟସ ଚାଳିଶ,

ବସିଛି ନିଶ୍ଚିନ୍ତ ମନେ

ଘରେ କେହି ନାହିଁ ସିଏ ଏକେଲା ମଣିଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy