ବରଷା ବର୍ଷୁଛି
ବରଷା ବର୍ଷୁଛି
ବରଷା ବର୍ଷୁଛି
ସଦ୍ୟସ୍ନାତା
ପୁଷ୍କରିଣୀ ଜଳରୁ ଉତ୍ଥିତା
ନବଯୁବତୀ ତନୁରୁ
ଝରୁଥିବା ବାରି ଧାରା ପରି।
ବରଷା ବର୍ଷୁଛି
ସଦ୍ୟ ବିଧବା
ଏକ କନ୍ୟାମାତା
ନୟନରୁ ଅବାରିତ ଅଶ୍ରୁଧାରା ପରି।
ବରଷା ବର୍ଷୁଛି
ଢୁ ଢୁ ରୋୈଦ୍ରତାପେ
ଭାଜି ହେଉଥିବା ଶ୍ରମିକର
ଶରୀରରୁ ଝରୁଥିବା ସ୍ବେଦ ଧାରା ପରି।
ବରଷା ବର୍ଷୁଛି
ଆଦ୍ୟ ମୋୈସୁମୀ ପ୍ରବାହେ
ଚଷା, ଯୋଶା, ଯୋଶା ରସା
ଭକ, ଭେକୀ, କାକ କେକୀ
ଗ୍ରୀଷମ ଉତ୍ତାପେ ତପ୍ତ
ସର୍ବ ମନଭରି ।
