STORYMIRROR

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

4  

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

ବରଷା ବର୍ଷୁଛି

ବରଷା ବର୍ଷୁଛି

1 min
17

ବରଷା ବର୍ଷୁଛି

ସଦ୍ୟସ୍ନାତା

ପୁଷ୍କରିଣୀ ଜଳରୁ ଉତ୍ଥିତା

ନବଯୁବତୀ ତନୁରୁ 

ଝରୁଥିବା ବାରି ଧାରା ପରି।


ବରଷା ବର୍ଷୁଛି

ସଦ୍ୟ ବିଧବା

ଏକ କନ୍ୟାମାତା

ନୟନରୁ ଅବାରିତ ଅଶ୍ରୁଧାରା ପରି।


ବରଷା ବର୍ଷୁଛି

ଢୁ ଢୁ ରୋୈଦ୍ରତାପେ

ଭାଜି ହେଉଥିବା ଶ୍ରମିକର

ଶରୀରରୁ ଝରୁଥିବା ସ୍ବେଦ ଧାରା ପରି।


ବରଷା ବର୍ଷୁଛି

ଆଦ୍ୟ ମୋୈସୁମୀ ପ୍ରବାହେ

ଚଷା, ଯୋଶା, ଯୋଶା ରସା

ଭକ, ଭେକୀ, କାକ କେକୀ

ଗ୍ରୀଷମ ଉତ୍ତାପେ ତପ୍ତ 

ସର୍ବ ମନଭରି ‌।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy