ତୁମେ
ତୁମେ
ମୋ ଜୀବନର କାହାଣୀ ତୁମେ l
ବଞ୍ଚିବାର ଆଶା ଅଟ ଯେ ତୁମେ l
ଓଠ ଧାରେ ମିଠା ହସ ଯେ ତୁମେ l
ମନ ମଧ୍ୟେ ମିଠା ଭାବନା ତୁମେ l
ପୁଷ୍ପର ସୁନ୍ଦର ବାସ୍ନାରେ ତୁମେ l
କୋଇଲିର ମିଠା ସଙ୍ଗୀତେ ତୁମେ l
ସତରଙ୍ଗୀ ସାତ ସ୍ବପ୍ନ ଯେ ତୁମେ l
ସଂଗୀତର ସୁର ରାଗରେ ତୁମେ l
ବସନ୍ତରେ ଥଣ୍ଡା ମଳୟ ତୁମେ l
ପଥ ପଦର୍ଶକ ଅଟ ଯେ ତୁମେ l
ପଥ ନିର୍ଦ୍ଦେଶକ ଅଟ ଯେ ତୁମେ l
ଉତ୍ତମ ବନ୍ଧୁଟେ ଅଟ ଯେ ତୁମେ l
ଜୀବନର ସାଥି ମୋ ପାଇଁ ତୁମେ l
ପ୍ରତି ଅନୁଭବେ ରହିଛ ତୁମେ l
ମାନସ ପଟରେ ଚିତ୍ରଟେ ତୁମେ l
ମୋ ସଫଳତାର କାରଣ ତୁମେ l
ମୋ ପାଇଁ ପ୍ରେରଣା ମନୁଷ୍ୟ ତୁମେ l
କବିତାର ଭାଷା ଅଟ ଯେ ତୁମେ l
ମୋ ଲେଖିବାର କାରଣ ତୁମେ l।