Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debaki Behera

Abstract Inspirational

3  

Debaki Behera

Abstract Inspirational

ବୃକ୍ଷରୋପଣ

ବୃକ୍ଷରୋପଣ

1 min
210



ବୃକ୍ଷ ଆମ ଜୀବନ ,ଦିଏ ପାଣି ପବନ l

କାରଖାନା ପାଇଁକି,ବୃକ୍ଷ ସବୁ କାଟିକି l

ଗଢୁ ନୂଆ ପୃଥିବୀ ,ଆଗ ପଛ ନ ଭାବି l

ନିଜ ଗୋଡେ ଆମେତ ,କୁରାଢି ଯେ ମାରୁତ l

ଯିଏ ଆମ ରକ୍ଷକ ,କାଟୁ ହୋଇ ଭକ୍ଷକ l

ବୃକ୍ଷ ଅଛି ବୋଲିରେ ,ବଞ୍ଚିଅଛୁ ଆମେରେ l

ଶ୍ୱାସକ୍ରିୟା ପାଇଁରେ, ଅମ୍ଳଜାନ ଦରକାରେ l

ଅମ୍ଳଜାନ ବିନାରେ, ସବୁ ହେବା ନାଶରେ l

ସ୍ୱଚ୍ଛ ବାୟୁ କେଉଁଠି, ଏବେ ମିଳୁ ନାହିଁଟି l

ଜଙ୍ଗଲକୁ କାଟିକି, ଦେଉ ପଦା କରିକି l

ପଶୁ ପକ୍ଷୀ ମାନଙ୍କ, ଘର ଅଟେ ସଭିଙ୍କ l

ତାଙ୍କ ଘର ଉଜାଡି, ନିଜେ ହେଉ ସଜାଡି l

ଶବ ଦାହ ପାଇଁଟି, କାଠ ଆଉ ନାହିଁଟି l

ଗଛ କାଟି ଆମେରେ, ବସିଅଛୁ ଶାନ୍ତିରେ l

ଏତକ ନ ଭାବୁରେ, ପସ୍ତେଇବା ପଛରେ l

ଭବିଷ୍ୟତ ଆମର, ନିଶ୍ଚେ ଦିଶେ ଅନ୍ଧାର l

ପରିବେଶ ଦୂଷିତ, ଆମେହିଁ ଯେ କରୁତ l

ଧରା ହେଲେ ଦୂଷିତ, ରୋଗ ମାଡି ଆସେତ l

ପ୍ରାୟଶ୍ଚିତ କରରେ , ଭୁଲ କରି ଅଛୁରେ l

ଲଗାଇଣ ବୃକ୍ଷକୁ, ବଞ୍ଚାଇବା ଧରାକୁ l

ହସିବ ଏ ଧରଣି, ଏତକ ମୋ ମାଗୁଣି l



Rate this content
Log in

Similar oriya poem from Abstract