STORYMIRROR

Debaki Behera

Romance Fantasy

3  

Debaki Behera

Romance Fantasy

ପ୍ରେମର ଚିଠି

ପ୍ରେମର ଚିଠି

1 min
245



କାଗଜ ର ଚିଠି ନୁହେଁ ଖାଲି ସେତ

ଦେଖାଏ ମନକୁ ସ୍ପଷ୍ଟ

ଯେତେ ଦୂରେ ଥିଲେ ମନର ମଣିଷ

ଚିଠି ଟି ଆଣେ ନିକଟ l

ଲାଗେ ସତେ ସିଏ ସାମନାରେ ଅଛି

କହୁଅଛି ମନ କଥା

ଚିଠିରେ ଲେଖାର ମୁହଁ ଦିଶିଯାଏ

ଦିଶେ ଭାବ ଆଉ ବ୍ୟଥା l

ପ୍ରେମିକ ପାଇଲେ ପ୍ରେମିକା ର ଚିଠି

ଦେହେ ଖେଳେ ଶିହରଣ

ପ୍ରେମିକା ର ଚିଠି ମିଳିଯାଏ ଯଦି

ପ୍ରେମୀର ମନ ଉଚ୍ଛନ୍ନ l

ପ୍ରେମ ର ପ୍ରତିଟି ପରିଭାଷା ପରା

ବଖାଣି ଥାଏ ଏମିତି

ମନର ମଣିଷ ମୁଖରୁ ନିଃସୃତ

ବାଣୀଟି ଅଟେ ଯେମିତି l

ପ୍ରେମ ର ପ୍ରଥମ ଆରମ୍ଭରେ ଥାଏ

କାଗଜର ଏହି ଚିଠି

ଗୋଲାପ ର ଫୁଲ ତା ସାଥେ ମିଶାଇ

ପ୍ରେମିକ ଦିଏ ଏ ଭେଟି l

ପ୍ରେମୀ ଯୁଗଳଙ୍କୁ ଧୀରେ ଧୀରେ ଟାଣି

ପାଖକୁ ଆଣେ ଏ ଚିଠି

ମନ ସହ ମନ ଆତ୍ମା ସହ ଆତ୍ମା

ମିଶାଇ ଦିଏ ଏ ଚିଠି l



Rate this content
Log in

Similar oriya poem from Romance