STORYMIRROR

Gangotri Priyadarshini

Abstract Romance Classics

4  

Gangotri Priyadarshini

Abstract Romance Classics

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
186

ପ୍ରାୟଶ୍ଚିତ କାହିଁକି

ସମ୍ପର୍କର ସୁତାଖିଅ ଅଡ଼ୁଆ ହେବା

ତୁମେ ମୁଁ ,

ଅଜଣା ଦିଗର ଯାତ୍ରୀ ସାଜିବା 

ପରସ୍ପରକୁ ଭୁଲ୍ ବୁଝିବା 

ଏମିତି ହେବ କାହିଁକି ?


ପ୍ରାୟଶ୍ଚିତ ଦଣ୍ଡ ନହେଉ,

ପ୍ରେମ ଅପଶବ୍ଦ ନହେଉ

ହୃଦୟ ବିଦଗ୍ଧ ନହେଉ

ସ୍ମୃତି ସବୁ ଛାତି ତଳେ 

ଅଣ ନିଃଶ୍ୱାସୀ ନ ହୁଅନ୍ତୁ ।


ସମ୍ପର୍କ ଓଠରେ ହସ,

ଏଇମିତି ହସ ମୁରୁକି ହସୁ ଥାଉ

ତୁମେ ମୋର ଆଉ 

ମୁଁ ତୁମର ହେଇ ରୁହେ ।


ପ୍ରାୟଶ୍ଚିତ ମଧୁ ମଳୟ ବାସ୍ନାରେ,

ଶବ୍ଦ ସତ୍ତା ହରେଇ ବସୁ

ମନ ବନର ସ୍ନିଗ୍ଧତା 

ଅନ୍ତଃଭାବକୁ ଖୋରାକ ଦେଉ ।


ଦୋଷାରୋପର କୁହେଳିକା 

ଅପସରି ଯାଉ,

ଆମ ପ୍ରେମ ବାତାୟନ ଦେଇ

ବରଷି ଯାଉ ବିଶ୍ଵାସର ବର୍ଷା

ହେ ସାଥି ମୋର, ଶୁଣ ହୃଦୟର

ମନଜିଣା ମୂର୍ଚ୍ଛନା ପ୍ରେମ ଜୁଆର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract