Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipsa Acharya

Abstract

3  

Lipsa Acharya

Abstract

ଅନେକ ଦିନ ହବ ଲେଖିନି

ଅନେକ ଦିନ ହବ ଲେଖିନି

1 min
238


ସମୟ ଅଭାବର ବାହାନା ଦେଖାଇ

ଅନେକ ଦିନ ହେବ ଲେଖିନି।

ଏମିତି ନୁହେଁ ଯେ 

ମୋ କଲମରୁ କାଳି ସରିଯାଇଚ୍ଥି। 

ନା ମୋ ଭାବନାର

ଶବ୍ଦ କୋଠରୀ ବନ୍ଦ ହେଇଯାଇଚ୍ଥି ।

ଗୋଟିଏ ବିଷୟକୁ 

ଭିନ୍ନ ଭିନ୍ନ ପୋଷାକ ପିନ୍ଧାଇ 

କେତେ ଆଉ ସେ ପାଠକ ଆଖିକୁ ଧୋକା ଦେବି ।

ପ୍ରେମ ବିରହର ଖଟାମିଠା ଚଟଣି

ନାରୀ ଅବହେଳିତ ,ଦିନ ମଜୁରୀଆର ସଂଘର୍ଷ,ଗାଁ ର ମହକ ...

କେତେ ଆଉ ଲେଖିବି !!

ଲାଗୁଚ୍ଥି ମୁଁ ସେହି

ଜନତାକୁ ବୋକା ବନଉଥିବା ରାଜନେତା ।

ସ୍ବାଧିନତା ପର ଠାରୁ ଆଜି ପର୍ଯ୍ଯନ୍ତ 

ଆମେ ଜିତିଲେ ସ୍କୁଲ୍ କରିବୁ

ରାସ୍ତା କରିବୁ, ବିଜୁଳି ଓ ପାନୀୟ ଜଳର ସୁବିଧା କରିବୁ

ପ୍ରଚାର କରି ଭୋଟ୍ ହାତାଏ ।

ହଁ, ମୁଁ ଯାହା ଗୋଟିଏ ବିଷୟର

ରୁପରେଖ ବଦଳାଇ ନୂଆ ଶବ୍ଦକୁ ଯୋଡି 

ପାଠକ ସହିତ ପ୍ରତାରଣା କରେ ।

ଲେଖା ଭିତରେ ନିଜକୁ ଖୋଜିବାକୁ 

ଭଲପାଉଥିବା ପାଠକ ସହଜରେ ଗ୍ରହଣ କରିଦିଏ ।

ସମସ୍ଯା ଖାଲି ସମସ୍ଯା ,

କାଗଜ ପରେ କାଗଜ ଗାରାଏ

ରାତିର ନିରବତା ରେ, ଯେଉଁ ଦିନ ରାସ୍ତାରେ

ଅସହ୍ଯ ମଣିଷ ସହିତ ଭେଟ ହୁଏ।  

ଯାଉଚ୍ଥି ମୁଁ ,ଖୋଜି ଆଣିବି ସାମାଜିକ ରୋଗର ଉପସମକୁ। 

ଆଉ ନୂତନ ଚିନ୍ତାଧାରାକୁ ପରସି ବି ପାଠକ ଆଗାରେ ।

ଅନେକ ଦିନ ହେବ ସେଥିପାଇଁ ଲେଖିନି । 

----------------------------------



Rate this content
Log in

Similar oriya poem from Abstract