STORYMIRROR

Lipsa Acharya

Tragedy Inspirational

3  

Lipsa Acharya

Tragedy Inspirational

କବି ଜାଣେ କବିର ଦୁଃଖ

କବି ଜାଣେ କବିର ଦୁଃଖ

1 min
234

ରାତି ଆସେ, ତା' ପଚ୍ଥେ ପଚ୍ଥେ ଜହ୍ନ ବି

ସାଥିରେ ଆଣିଥାଏ ଅନେକ ଭାବନାର ପସରା

କାହାକୁ ଗ୍ରହଣ କରିବ କାହାକୁ ଅଣଦେଖା କରିବ

ବିଚରା କବିଟା ବଡ ଦ୍ଵନ୍ଦରେ ପଡିଯାଏ। 

ଚାଲେ ଗୋଟିଏ ମାନସିକ କସରତ 

ଯେଉଁ ଭାବନା ବିଜୟ ଲାଭ କରେ

ତା' ସହିତ କବି ପ୍ରେମ କରି ବସେ 

ରାତି ଘଡିକ ପାଇଁ । 

କଥା କଣ ସେତିକି ରେ ସରେ

ଭାବନାକୁ ନେଇ ଉପଯୁକ୍ତ ଶବ୍ଦ ବି ଆବଶ୍ଯକ ହୁଏ। 

ମନର ମଇଦାନରେ ପୁଣି ଆରମ୍ଭ ହୁଏ ଯୁଦ୍ଧ

କବି ଫୁଟବଲ୍ ଖେଳର ବଲ୍ ପରି କେତେବେଳେ

ଏ ଶବ୍ଦ ଖେଳାଳୀ ପାଖରେ ତ 

କେତେବେଳେ ଅନ୍ଯ ଶବ୍ଦ ର ଖେଳାଳୀ ପାଖରେ । 

ରାତି ଅନିଦ୍ରା ରହି 

କାଗଜ ଉପରେ କାଗଜ 

ଗାରାଇ ହତ୍ଯାକରେ ହେଲେ ସେ ହତ୍ଯାକାରୀ ବୋଲି

କେହି କୁହନ୍ତି ନାହିଁ ।

ଘରର ଅନ୍ଯ ସଦସ୍ଯ ଉଠିଲାରୁ

କବି ଆଖି ମଳି ମଳି ପହଞ୍ଚେ 

ମାନସିକ କ୍ଲାନ୍ତ ଶରୀରକୁ ସୁଖଦ ନିଦ୍ରା କୋଳରେ। 

ବାସ୍! କଥା କଣ ଏଠି ଅଟକେ 

ଘରଲୋକ ଆଖିରେ ଯାଏ ନାହିଁ 

ଏ ଶୋଇବା ଟା !

ଘରମଣୀ ଡାକ ପକାଏ 

ହଇକିଓ! ଯାଅ ପରିବା ଆଣି ।

କବି ଟା ଯଦି ନାରୀ ହେଇଥାଏ

ଡାକ ପଡେ 

ମହାରାଣୀ ଖରା ଆସି ମୁଣ୍ଡ ଉପରେ 

ଆହୁରି ଶୋଇବାକୁ ମନ। 

ବାହାରେ ବନ୍ଧୁ ବାନ୍ଧବୀ 

ଦାନ୍ତ ଦେଖାଇ କହିବେ

କେମିତି ଲେଖ ସବୁ ମୋ ଦ୍ବାରା ଜମା ହବ ନି ।

କଣ ଆଉ ହବ

କବି ହିଁ ଜାଣେ କବିର ଦୁଃଖ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy