Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Lipsa Acharya

Romance

4.7  

Lipsa Acharya

Romance

ଅଭିମାନ

ଅଭିମାନ

1 min
243


ଗୋଟିଏ ବିଶେଷ ଆକର୍ଷଣ 

ତା' ମୁଖମଣ୍ଡଳର ସୌନ୍ଦର୍ଯ୍ଯ ନୁହେଁ

ତା' ଅବୁଝା ଅଭିମାନ ।

ଅଶାନ୍ତ ବେଳାଭୂମିର ସ୍ନିଗ୍ଧ ପରିବେଶ ରେ

ତା' ହାତରେ ମୋ' ହାତକୁ ମୁଠେଇ ଧରି

କାନ୍ଧରେ ମୁଣ୍ଡ ରଖି 

ଯେତେବେଳେ ପ୍ରଶ୍ନ କରେ ,

"ତୁମେ କାଇଁ ଅଣଦେଖା କରୁଚ୍ଥ ?"

ମୁଁ ଚଞ୍ଚଳ ହେଇ 

ତା'କୁ ବୁଝେଇବାକୁ ଲାଗେ 

" ଅଣଦେଖା କରି ପାରିବି ନାହିଁ ତୋତେ।"

ସେ ବୁଝେନା 

ଶେଷ ରେ ମୁଁ ଉପାୟ ନ ପାଇ

ରାଗିଯାଏ ତା' ଉପରେ। 

ମୁଁ ବାଘ ନୁହେଁ ତଥାପି ରାଗରେ ଗରଜିଲେ

ସେ ସବୁ ବୁଝିଗଲା ପରି ମୋ କୋଳରେ 

ନିଜ ମୁଣ୍ଡ କୁ ଗୁଞ୍ଜି ଦେଇ ଗଭୀର ଆଲିଙ୍ଗନ କରି କୁହେ

" ମୁଁ ଅଭିମାନ କଲେ ତୁମେ ବୁଝେଇବ ନା ମୋ ଉପରେ ଏମିତି ରାଗିବ। "

ତା'କଥା ଶୁଣି ମୁଁ ହାଲୁକା ହସି ଦେଇ

ତା' ମଥାରେ ଆଙ୍କିଦିଏ ଗୋଟିଏ ପ୍ରତିଭରା ସ୍ପର୍ଶ।


Rate this content
Log in