ପରଶ ରୁ ସ୍ପର୍ଶ
ପରଶ ରୁ ସ୍ପର୍ଶ
ଫଗୁଣ ର ମଳୟ ରେ
ମୃଦୁ ମୃଦୁ ମିଠା ମିଠା ସୁବାସ ଲହର
ପ୍ରେମ ଉଦ୍ୟାନରେ ଫୁଲ ପରି ଫୁଟି ଥିଲା ହସ
ମନ ଭାବନାରେ ଏବେ ପ୍ରେମର ପରଶ
ସ୍ଵପ୍ନ ଭରା ଆକାଶରେ ରଙ୍ଗର ପସରା
ମନରେ ଉତ୍କଣ୍ଠା ଉଦ୍ରେକ
ମିଳନ ର ଆଶା ହୃଦୟ ଭିତରେ
ପ୍ରତୀକ୍ଷା ର ଆଢ଼ୁଆଳେ କହିବାକୁ ଅନ୍ତରର ଭାଷା।
ଆଖିରେ ଆଖି ବି ମିଶିଲା
ସ୍ଵପ୍ନ ଭରା ଆଶା ହୃଦୟର କୋଣ ଅନୁକୋଣେ
ସୁଯୋଗ ଅପେକ୍ଷାରେ ,ଏକ ନିରୋଳା ଜାଗା
ଖୋଲି କହିବାକୁ ହୃଦୟର କଥା।
ଭଲ ପାଇବାର ଆବେଗତା
ବେଗ ବି ଦୃତ ଗତିରେ,ହୃଦୟ ର ସ୍ପନ୍ଦନ ରେ
ତନ ଓ ମନରେ ଅହେତୁକ ପ୍ରେମର ପରଶ
ଆଶା ଭରସା ସହିତ ଅତୁଟ ବିଶ୍ୱାସ
ମନର ଭାବନାକୁ ସୁଯୋଗ ମିଳିଛି
ସବୁ କିଛି ପରିପ୍ରକାଶ ର ଆକାଂକ୍ଷା।
ମନକୁ ଯେଉଁ ଭାବନା ଆସୁଛି
କାହିଁକି କେଜାଣି ସବୁ କିଛି ରଙ୍ଗର ସମ୍ଭାର
ପୁଲକିତ ଦେହ ମନ,ପୁଲକିତ ପ୍ରାଣ
ମଳୟ ପବନେ ଭାସୁଛି ମିଠା ସଙ୍ଗୀତର ସ୍ୱର
ହୃଦ ସ୍ପନ୍ଦନ ରେ ବଢ଼ୁ ଅଛି ପ୍ରେମର ଜୁଆର।
ସବୁକିଛି ପ୍ରେମମୟ ଅପରୂପ ଶୋଭା
ଲେଖନୀରୁ ଝରି ଆସେ ପ୍ରେମର କବିତା
ଆଯାଚିତ ସ୍ନେହ ଓ ପ୍ରେମର ସମ୍ଭାର
ପ୍ରେମରେ ପର ନାହିଁ,ସବୁ ଆପଣାର।
ଭାବନା ରେ ପ୍ରେମର ଉଜାଣି ଲହରୀ
ସେଇ ଲହରୀ ରୁ ଜାତ ସମ୍ଭାବନା ର ଆଶା
ସାର୍ଥକ ହେବ ପ୍ରେମର ପରିଭାଷା
ପ୍ରେମରେ ସାର୍ଥକତା ବି ଏକ ଉପାସନା
ଦୃଢ଼ ମନ ସହିତ ନିରବଚ୍ଛିନ୍ନ ସାଧନା
ପ୍ରେମ ରୂପକ ଯଜ୍ଞ ରେ ପୂଜା ଓ ଅର୍ଚ୍ଚନା
ପ୍ରେମ ପରିପ୍ରକାଶ ରେ ଆସିଲା ପୂର୍ଣ୍ଣତା।
ପ୍ରଥମ ସ୍ପର୍ଶରେ
ମେଘ ରୁ ବର୍ଷା ପରି ,ଓଠରୁ ପ୍ରୀତିର ସୁଧା
ମିଳନ ର ବେଳା ,ହୃଦୟ ସହିତ ହୃଦୟ ଜଡ଼ିତ
ଏବେ ଦୁନିଆ ଜାଣିବ
ତୁମ ସହିତ ବୁଲିଲେ,ପ୍ରମାଣିତ ପ୍ରେମର ପୂର୍ଣ୍ଣତା
ତୁମେ ପ୍ରବାହିତ ପାଣି ପରି
ତଥାପି ତୁମେ ହି ସ୍ପନ୍ଦନ,ମୋ ହୃଦ ସ୍ପନ୍ଦନ ର
ପାଣି ପରି ପ୍ରବାହିତ ହୁଅ
ହୃଦୟର ସୂକ୍ଷ୍ମ ଶିରା ରୂପୀ କେନାଲ ଭିତରେ।
ଏ ଦୁନିଆ ଆଗରେ ହେଉ ପରିଚୟ
ସତ୍ୟ ଶିବ ସୁନ୍ଦର ହିଁ ପ୍ରେମର ପ୍ରତୀକ
ଫଗୁଣ ର ରଙ୍ଗ ଅବା ବସନ୍ତ ମଳୟ
ଶ୍ରାବଣ ର ଧାରା ଅବା ନିଦାଘ ର ଜ୍ଵାଳା
ପ୍ରେମ ଉପବନ ଫୁଲ ହୋଇଅଛି ତୋଳା
ପ୍ରେମୀ ଜୁଗଳ ମନରେ ନାହିଁ କଳା ଧଳା ।

