Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Abstract Romance

4.8  

Gobinda Chandra Sethi

Abstract Romance

ମୌସୁମୀର ପ୍ରେମ

ମୌସୁମୀର ପ୍ରେମ

1 min
292



ମୁଣ୍ଡରେ ପକାଇ କଳା ଓଢଣୀ 

          ନବ ବଧୂ ସାଜି କରେ ରୋଷଣୀ l

ବାଣ ଘଡ଼ଘଡ଼ି ଶୁଭେ ଗଗନେ 

             ବିଜୁଳି ଆଲୁଅ ଦିଶନ୍ତି କ୍ଷଣେ l

ଦେଖୁ କାଦମ୍ବିନୀ କଟି ହଲାଇ

            ହସି ହସି ସେତ ନାଚି ଚାଲଇ l

ଗଜ ଅଶ୍ୱ ରୂପ ଧରେ ଗଗନେ 

            ଭରିଦିଏ ପ୍ରେମ ସଭିଙ୍କ ମନେ l

ରବିର କିରଣେ କେତେ ଝଲସେ 

        ଚନ୍ଦ୍ରମା ଆଲୋକେ ପ୍ରେମରେ ଭାଷେ l

ଦକ୍ଷିଣ ଦିଗରୁ ମୌସୁମୀ ଆସେ 

             ହସି କାଦମ୍ବିନୀ ମୁକ୍ତା ବରଷେ l

ସବୁରି ହୃଦୟେ ଭରିଣ ଶାନ୍ତି 

            ଦୂର କଲା ମନୁ ଅନେକ ଭ୍ରାନ୍ତି l

ପ୍ରକୃତି ସୁଗନ୍ଧ ମନ ରଞ୍ଜନ 

             ଆସଇ ସମୀରେ କରି ଧାରଣ l

ତରୁ ଲତା ବୃକ୍ଷେ ଆସେ ଜୀବନ

             ହସି ହସାଇଲା ପ୍ରେମ ଉଦ୍ୟାନ l

ବୃକ୍ଷ ପୁଲକିତ ନବୀନ ପତ୍ରେ 

            ହସ ଭରିଦେଲା ଧରିତ୍ରୀ ନେତ୍ରେ l

ଶୁଭେ ଆମ୍ର ବନୁ କୋକିଳ ଡାକ

            ବାଉଁଶ ବଣରେ ଡାକେ ଡାହୁକ l

ଚାତକ ଥିଲାତ ଅମ୍ବରେ ଚାହିଁ 

            ଏବେ ଉଡ଼ିଗଲା ଡେଣା ହଲାଇ l

ଆସେ ସାରୁବଣୁ ବେଙ୍ଗବେଙ୍ଗୁଲି 

           ଝଡ଼ି ପୋକ ଖାଇ ଡେଉଁଛି ଖାଲି l

ପାଣି କାଦୁଅରେ ପିଲାଙ୍କ ମେଳ

            ରଚିଥାନ୍ତି ସେତ ଅନେକ ଖେଳ l

ଚାଷୀ ଯୋଚିଦେଲା ହଳ ଲଙ୍ଗଳ

             ଦେଶପାଇଁ ଦେବ ସବୁ ସମ୍ବଳ l

ଗିରି ଶୃଙ୍ଘ ବନୁ ଆସେ ଝରଣା 

             ସରିତା ଖୋଜିକି ହୁଅଇ ବଣା l

ଫୁଲିଛି ସରିତା ଲଙ୍ଘିଛି କୂଳ 

            ନିଏ ଚେତାବନୀ ଜନଙ୍କ ମେଳ l

ହସିଲା ନାଉରୀ ଧରି ତରଣି 

            ଧରିଆଣେ ମିନ ହସେ ଘରଣୀ l

ସରିତା ସରିତେ ବଦଳେ ନାମ 

             ସିନ୍ଧୁ ସହ କରେ ମହା ସଙ୍ଗମ l

ଫୁଲେ ଫୁଲେ ଅଳି କରି ଭ୍ରମଣ

           ରଚିଥାଏ ସେତ ଅନେକ ପ୍ରେମ l

ମୌସୁମୀ ପ୍ରେମରେ ହୋଇଲେ ବାଇ

          ଚତୁର୍ଦିଗେ ପ୍ରେମ ଦେଲେ ରଚାଇ l

ମୌସୁମୀ କରିଲା କେତେ କିମିଆଁ

            ହସି ହସାଇଲା ସାରା ଦୁନିଆଁ l



Rate this content
Log in

Similar oriya poem from Abstract