ମୁଁ ଭଲପାଏ ମୋ ଭାବନାକୁ
ମୁଁ ଭଲପାଏ ମୋ ଭାବନାକୁ


ମୁଁ ଭଲପାଏ ମୋ ଭାବନାକୁ
ମୁଁ ସମ୍ମାନ କରେ ମୋ ଲେଖାକୁ
ମୁଁ ଦାମ୍ପତ୍ୟ ଜୀବନ ବିତାଏ ମୋ ଶବ୍ଦମାନଙ୍କ ସହିତ।
ନା ଗଣିତର ସୂତ୍ର
ନା ଭୂଗୋଳର ମାନଚିତ୍ର
ନା ଇତିହାସର ମସିହା
ନା ବିଜ୍ଞାନର ଗବେଷଣା
କିଛି ବି ମନେ ନାହିଁ।
ହଁ, ମୁଁ ପ୍ରେମ କରି ବସିଛି ମୋ ସାହିତ୍ୟକୁ
ତୁମେ ଗଢିଥିବା ସମାଜରେ ଦେଇ ନ ପାରେ ବୃତ୍ତି
ମୋ ଚେତନାରେ ଅନେକ ଥର ଭରି ଦେଇଛି
ଆତ୍ମତୃପ୍ତିର ଉଲ୍ଲାସ।
ମୁଁ ଅନ୍ତରଙ୍ଗ ଆଳାପ କରେ ମୋ ଚରିତ୍ର ମାନଙ୍କ ସହିତ
ସମସ୍ୟାର ସମ୍ଭାବ୍ୟ ସମାଧାନ ଖୋଜି ବସେ,
ଦୁଃଖୀ ହେଇ ଅଶ୍ରୁ ଝରାଇଲେ
ମନକୁ ମୋହିବା ପାଇଁ ସାହାସ ଆଉ ଆଶାର ଫୁଲକୁ
ମୋ ହସ୍ତରେ ସମର୍ପଣ କରିଦିଅନ୍ତି।
ମୁଁ ବି ଖୁସିରେ ପାଗଳ ହେଇଯାଏ
ଆଷାଢ଼ର ପ୍ରଥମ ବର୍ଷାରେ ଭିଜିଲା ପରି।
ମୋ ଶରୀରରେ ଶୀହରଣ ଖେଳିଯାଏ,
ମୋ ମନ ରୋମାଣ୍ଟିକ୍ ହୁଏ
ସଫଳ ଭବିଷ୍ୟତ ସମ୍ଭାବନାର ବାସ୍ନାକୁ ଅନୁଭବ କରି।