STORYMIRROR

Lipsa Acharya

Inspirational

3  

Lipsa Acharya

Inspirational

ମୁଁ ଭଲପାଏ ମୋ ଭାବନାକୁ

ମୁଁ ଭଲପାଏ ମୋ ଭାବନାକୁ

1 min
96

ମୁଁ ଭଲପାଏ ମୋ ଭାବନାକୁ

ମୁଁ ସମ୍ମାନ କରେ ମୋ ଲେଖାକୁ 

ମୁଁ ଦାମ୍ପତ୍ୟ ଜୀବନ ବିତାଏ ମୋ ଶବ୍ଦମାନଙ୍କ ସହିତ। 


ନା ଗଣିତର ସୂତ୍ର

ନା ଭୂଗୋଳର ମାନଚିତ୍ର

ନା ଇତିହାସର ମସିହା

ନା ବିଜ୍ଞାନର ଗବେଷଣା

କିଛି ବି ମନେ ନାହିଁ। 


ହଁ, ମୁଁ ପ୍ରେମ କରି ବସିଛି ମୋ ସାହିତ୍ୟକୁ

ତୁମେ ଗଢିଥିବା ସମାଜରେ ଦେଇ ନ ପାରେ ବୃତ୍ତି

ମୋ ଚେତନାରେ ଅନେକ ଥର ଭରି ଦେଇଛି

ଆତ୍ମତୃପ୍ତିର ଉଲ୍ଲାସ। 


ମୁଁ ଅନ୍ତରଙ୍ଗ ଆଳାପ କରେ ମୋ ଚରିତ୍ର ମାନଙ୍କ ସହିତ

ସମସ୍ୟାର ସମ୍ଭାବ୍ୟ ସମାଧାନ ଖୋଜି ବସେ, 

ଦୁଃଖୀ ହେଇ ଅଶ୍ରୁ ଝରାଇଲେ

ମନକୁ ମୋହିବା ପାଇଁ ସାହାସ ଆଉ ଆଶାର ଫୁଲକୁ

ମୋ ହସ୍ତରେ ସମର୍ପଣ କରିଦିଅନ୍ତି। 


ମୁଁ ବି ଖୁସିରେ ପାଗଳ ହେଇଯାଏ

ଆଷାଢ଼ର ପ୍ରଥମ ବର୍ଷାରେ ଭିଜିଲା ପରି। 

ମୋ ଶରୀରରେ ଶୀହରଣ ଖେଳିଯାଏ, 

ମୋ ମନ ରୋମାଣ୍ଟିକ୍ ହୁଏ

ସଫଳ ଭବିଷ୍ୟତ ସମ୍ଭାବନାର ବାସ୍ନାକୁ ଅନୁଭବ କରି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational