ସ୍ବପ୍ନ
ସ୍ବପ୍ନ
ଅନ୍ଧାର ରାତିରେ ଲଣ୍ଠନ ଆଞ୍ଚରେ
ଉତ୍ତପ୍ତ ହେଉଥିଲା କିଚ୍ଥି ସ୍ବପ୍ନ
ଯାହାକୁ ବାସ୍ତବର ରୂପ ଦେବା ପାଇଁ
ମୁଁ ସେ ଧିମା ଆଲୁଅ ରେ
ଜୀର୍ଣ୍ଣ ବହିର ପୃଷ୍ଠା କୁ ଓଲଟାଇ
ପାରୁ ପର୍ଯ୍ଯନ୍ତ ଚେଷ୍ଟା କରୁଥିଲି
ସବୁ ଗୁଡାକ ଜ୍ଞାନ ଟିକି ମୁଣ୍ଡରେ ସାଇତି ରଖିବାକୁ
ଏମିତି କରୁ କରୁ ଆଖି ଟିକିଏ ଲାଗିଗଲା
ସପନ ଆଲୋକେ ଗୋପନ ଗାଁରେ
ଉତ୍ତପ୍ତ ସ୍ବପ୍ନ ହୀମ ପାଲଟି ଗଲା
ଆଖି ଖୋଲି ଦେଖିଲି
ମୋ ସ୍ବପ୍ନ ଗୁଡିକ ମଝି ଦରିଆରେ ଭାସୁଥିବା
ପାଲଟଣା ନୌକା
ସମୟର ପବନରେ ଝୁଲି ଝୁଲି ପଳାତକର
ଅପବାଦକୁ ମଥାରେ ସଜାଇ ଚାଲି ଯାଉଚ୍ଥି
ଦୂରକୁ ବହୁ ଦୂରକୁ
ଆଉ ମୁଁ କୂଳରେ ଠିଆ ହେଇ ହାତ ଠାରି
ଡାକୁଥିବା ଆଶାଶ୍ରୟୀ ମଣିଷ ଟିଏ