STORYMIRROR

Lipsa Acharya

Abstract

2  

Lipsa Acharya

Abstract

ସ୍ବପ୍ନ

ସ୍ବପ୍ନ

1 min
123

ଅନ୍ଧାର ରାତିରେ ଲଣ୍ଠନ ଆଞ୍ଚରେ

ଉତ୍ତପ୍ତ ହେଉଥିଲା କିଚ୍ଥି ସ୍ବପ୍ନ

ଯାହାକୁ ବାସ୍ତବର ରୂପ ଦେବା ପାଇଁ

ମୁଁ ସେ ଧିମା ଆଲୁଅ ରେ 

ଜୀର୍ଣ୍ଣ ବହିର ପୃଷ୍ଠା କୁ ଓଲଟାଇ 

ପାରୁ ପର୍ଯ୍ଯନ୍ତ ଚେଷ୍ଟା କରୁଥିଲି 

ସବୁ ଗୁଡାକ ଜ୍ଞାନ ଟିକି ମୁଣ୍ଡରେ ସାଇତି ରଖିବାକୁ

ଏମିତି କରୁ କରୁ ଆଖି ଟିକିଏ ଲାଗିଗଲା

ସପନ ଆଲୋକେ ଗୋପନ ଗାଁରେ

ଉତ୍ତପ୍ତ ସ୍ବପ୍ନ ହୀମ ପାଲଟି ଗଲା

ଆଖି ଖୋଲି ଦେଖିଲି

ମୋ ସ୍ବପ୍ନ ଗୁଡିକ ମଝି ଦରିଆରେ ଭାସୁଥିବା

ପାଲଟଣା ନୌକା

ସମୟର ପବନରେ ଝୁଲି ଝୁଲି ପଳାତକର 

ଅପବାଦକୁ ମଥାରେ ସଜାଇ ଚାଲି ଯାଉଚ୍ଥି

ଦୂରକୁ ବହୁ ଦୂରକୁ

ଆଉ ମୁଁ କୂଳରେ ଠିଆ ହେଇ ହାତ ଠାରି 

ଡାକୁଥିବା ଆଶାଶ୍ରୟୀ ମଣିଷ ଟିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract