STORYMIRROR

Lipsa Acharya

Abstract Classics

3  

Lipsa Acharya

Abstract Classics

ନିରବରେ କବି

ନିରବରେ କବି

1 min
338

ଯାହାର ପ୍ରତ୍ଯେକ କଥା

କବିତାର ଗୋଟିଏ ଧାଡି ହେଇ ଯାଉଥିଲା,

ସେ ଆଜି ନିରବ

ଖୁବ୍ ନିରବ 

ତାଙ୍କର କବିତା ଆବୃତ୍ତି କରୁଥିବା

କଣ୍ଠସ୍ବର ଟି ସତେ ଯେମିତି କେଉଁଠି ହଜିଯାଇଚ୍ଥି। 

ବହୁତ ଖୋଜିଲେଣି 

ପବନର ତାଳେ ବନ ଗିରି ଢେଇଁ 

ତଥାପି ପାଉ ନାହାନ୍ତି ।

ପାଠକ ମାନେ ବି ଅସ୍ତବ୍ୟସ୍ତ କରି ସାରିଲେଣି,

ବୋଧହୁଏ କବିଙ୍କୁ

ଚାନ୍ଦିନୀ ରାତି

ଝରା ଶେଫାଳୀ

ବସନ୍ତର ମଳୟ

ବଉଳ ପେନ୍ଥାର ବାସ୍ନା 

ଆଉ ସହକାର ତଳେ 

ପ୍ରେମୀ ଯୁଗଳ 

ବିଭର କରୁନି 

ପ୍ରଣୟ ସୃଜନୀ ପାଇଁ । 

ସେଥିପାଇଁ କବି ନିରବ ଲାଗୁଚ୍ଥନ୍ତି ଆଜିକାଲି । 

କଞ୍ଚାମାଲ ଖୋଜିଚ୍ଥନ୍ତି

ଏଠି ସେଠି 

ମୁଣ୍ଡ ଟୁଙ୍ଗାରି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract