STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ମୋ ଆଖିରେ ସ୍ବାଧୀନତା

ମୋ ଆଖିରେ ସ୍ବାଧୀନତା

1 min
78

ଏ ଏକ ସାଧନା

ଆତ୍ମ ସଂଯମର

ନିଜକୁ ନିଜ ଅଧୀନତା ସ୍ବୀକାରର

ତାଲିମ ଦେବାର। 


ସ୍ବାଧୀନତା ନୁହେଁ

ମୁକ୍ତ ଆକାଶରେ

ଉଡ଼ିବୁଲିବା

ସ୍ବେଚ୍ଛାଚାରିତାର ପକ୍ଷ ଝାଡ଼ି,

ସ୍ବାଧୀନତା ଏକ

ସ୍ୱ ଅଧୀନରେ ରହିବାର ଏକ

ଦୃଢ଼ ଶିକୁଳି।


କିଛି ପ୍ରମାଣିତ ଆଦର୍ଶ

କିଛି ବିଶୁଦ୍ଧ ସଂସ୍କାର

ଓ ନିଜ ବିବେକ ଆଜ୍ଞା,

ରୂପାୟିତ କରନ୍ତି

ସ୍ବାଧୀନତାର ଅବିଛିନ୍ନ ସଂଜ୍ଞା।


ଏକ ସୀମାବଦ୍ଧ ଆଗଣାରେ

ଅଧିନ ନହେବା କେଉଁ

ନାସ୍ତିକ ଶକ୍ତିର,

ଓ ସେ ସୀମାନ୍ତ ଭିତରେ

ପ୍ରସ୍ଫୁଟିତ କରିବା ନିଜ

ଶୁଦ୍ଧ ବିଚାର କର୍ମର,

ବନ୍ଦୀ ନୁହେଁ କିନ୍ତୁ

ନୁହେଁ ବି ସେ ବିଚ୍ୟୁତ ହେବାର

ପୂର୍ଣ୍ଣ ଅଧିକାର।


ପ୍ରଭାବିତ ନହେଉ କା ବ୍ୟକ୍ତିତ୍ୱ

ଆଉ କା ପ୍ରଭାବେ

ଅକ୍ଷୁର୍ଣ୍ଣ ରହୁ ତନୁ ମନ ପ୍ରାଣ ଓ ଚେତନା

ନିଜ ନିଜ ବୋଧଶକ୍ତିର ଶୁଦ୍ଧ ପ୍ରକାଶରେ

ହୃଦୟ ଓ ଜିହ୍ଵାରେ ରହୁ ସାମଞ୍ଜସ୍ୟ

କର୍ମ ହେଉ ନିର୍ବିବାଦ ନିର୍ଦ୍ବନ୍ଦ ଅବଶ୍ୟ

ଏହି ବୋଧେ ସ୍ବାଧୀନତାର ଅସଲ ଉଦ୍ଦେଶ୍ୟ। 


ଅଧିକାର ସାବ୍ୟସ୍ତର ମାଧ୍ୟମ ଏ ନୁହେଁ

ନହେଉ କା ଅଧିକାର ଭଙ୍ଗ

ସାବ୍ୟସ୍ତ କରିବାରେ ସ୍ୱ ଅଧିକାର

ସମାଜର ବିଶାଳ ଗଗନେ

ବିନା କିଛି ସଂଘର୍ଷରେ

ଉଡ଼ିବୁଲିବା ହିଁ ପରିଭାଷାଟିଏ

ସ୍ବାଧୀନତାର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract