ନିର୍ଯ୍ୟାତିତ ପୁରୁଷ
ନିର୍ଯ୍ୟାତିତ ପୁରୁଷ
ନାରୀ ପାଇଁ ଚାଲେ ସଭା ଓ ସମିତି
ନାରୀ ପାଇଁ ଆନ୍ଦୋଳନ,
ନାରୀ ନିର୍ଯ୍ୟାତନା ଶୁଣି ଧାଇଁ ଆସେ
ଦୂରୁ ନାରୀ କମିଶନ ।
ପୁରୁଷ ଯାତନା କେ କାହୁଁ ବୁଝିବ?
ପୁରୁଷ ପା ବଳବାନ,
ପୁରୁଷ ପ୍ରଧାନ ଦେଶ ବୋଲି ଆମ
ପୁରୁଷର ନାହିଁ ମାନ ।
ଫଳପରେ ଛୁରୀ ପଡୁ ଅବା ଏଠି
ଛୁରୀପରେ ପଡୁ ଫଳ,
ସବୁବେଳେ ପରା ଫଳ ହିଁ କଟଇ
କି ଲାଭ ଥାଇକି ବଳ ?
କେତେ ଯେ ପୁରୁଷ ନିର୍ଯ୍ୟାତିତ ତାହା
କା ପାଖେ ନାହିଁ ଖବର,
ଲକ୍ଷ ଲକ୍ଷ ମଧ୍ୟେ ସୁଶାନ୍ତ ଆଦିତ୍ୟ
ଦୁଇଟି ଦୃଷ୍ଟାନ୍ତ ମାତ୍ର ।
ଯୌତୁକ ଧର୍ଷଣ ନାରୀ ଅପମାନ
ସବୁବେଳେ ନୁହେଁ ଫନ୍ଦି,
ହେଲେ ବହୁଥର ମିଛରେ ମିଛରେ
ପୁରୁଷ ହୁଅଇ ଧନ୍ଦି ।
ଭାର୍ଯ୍ୟାଳୟ ଠାରୁ କାର୍ଯ୍ୟାଳୟ ଯାଏଁ
ଚାଲେ ନାରୀ କରାମତି,
କହି ପାରେ ନାହିଁ ପୁରୁଷ ବିଚରା
ସହି ଚାଲିଥାଏ ନିତି ।
ଅଙ୍ଗନବାଡ଼ିରୁ ସଚିବାଳୟ ଯେ
ନାରୀ ପାଇଁ ସଂରକ୍ଷିତ,
ସଶକ୍ତିକରଣ ନାମରେ ଖୋଳୁଛି
ପୁରୁଷ ପାଇଁ ସେ ଗାତ ।
ନାରୀ ଯଦି ପ୍ରେମେ ଧୋକା ଦିଏ ତେବେ
ପୁରୁଷ ଧରେ ବୋତଲ,
ପୁରୁଷ ପ୍ରେମରେ ଧୋକା ଦେଲେ କାହିଁ
ଯିବାକୁ ପଡ଼ଇ ଜେଲ ?
ଗଣତନ୍ତ୍ର ପରା ସମାନତା ଚାହେଁ
ତେବେ କାହିଁ ଭେଦଭାବ?
ପୁରୁଷର ମାନ ରଖିବାକୁ କେବେ
କମିଶନ ଗଢା ହେବ ?
ଜାଗରେ ଜାଗରେ ପୁରୁଷ ସମାଜ
ମାଗ ନିଜ ଅଧିକାର,
କେତେ ଦିନ ଆଉ ସହି ଚାଲିଥିବ
ସମାଜର ଅତ୍ୟାଚାର ।