ବାର୍ଦ୍ଧକ୍ୟ
ବାର୍ଦ୍ଧକ୍ୟ

1 min

255
ଖୁବ୍ ଭଲ ହୁଅନ୍ତା ନା,
ଯଦି ବାର୍ଦ୍ଧକ୍ୟ ଆସନ୍ତାନି !
ମୃତ୍ୟୁ ପରେ ଲୁହ ଢାଳି
ଅନ୍ତରେ କେ ହସନ୍ତାନି ।
ଜୀବନର ଶେଷ ଯାଏଁ
ରୋଗ ପାଖ ମାଡ଼ନ୍ତାନି,
ଗର୍ଭଜାତ ସନ୍ତାନ ବି
ନିଜ ପାଖୁ ତଡନ୍ତାନି ।
ସହରରେ ଗଣ୍ଡାଗଣ୍ଡା
ଜରାଶ୍ରମ ଗଢନ୍ତାନି,
ଆପଣା ଜନଙ୍କୁ ଝୁରି
ଜୀବନ ଟା ସଢନ୍ତାନି ।
ଦେଇ ଦେଇ ଚାଲିଯାନ୍ତେ
ମାଗିବାକୁ ପଡନ୍ତାନି,
ଅଧିକାର ପାଇଁ କେହି
କଚେରୀରେ ଲଢନ୍ତାନି ।
କୁକୁରର ସ୍ନେହ ଦେଖି
ଲୁହ ଧାର ଝରନ୍ତାନି,
ଆଶୀର୍ବାଦ ଦେଲା ବେଳେ
ଶୁଖା ଓଠ ଥରନ୍ତାନି ।