STORYMIRROR

Santosh Kumar Nayak

Children Stories Inspirational Children

4  

Santosh Kumar Nayak

Children Stories Inspirational Children

ଚାଲ ଆମେ ପୁଣି ସ୍କୁଲକୁ ଯିବା

ଚାଲ ଆମେ ପୁଣି ସ୍କୁଲକୁ ଯିବା

1 min
655

(ଖୁବ୍ ଶୀଘ୍ର ଆମ ବିଦ୍ୟାଳୟ ଖୋଲାଯିବ । କୋରୋନା ନିୟମ ମାନି ଆମେ ସବୁ ସ୍କୁଲକୁ ଯିବା )


ଚାଲ ଆମେ ପୁଣି ସ୍କୁଲକୁ ଯିବା

ଠାକୁରଙ୍କ ପାଦେ ଜୁହାର ହେବା

ନାଚ ନାଚିବା...

ଗୀତ ଗାଇବା...

ଅଙ୍କ କଷିବା ...

ଛବି ଆଙ୍କିବା ...

ଭଲ ପାଠ ପଢ଼ି ସୁନାପିଲା ହୋଇ

ଗୁରୁଜୀଙ୍କ ଠାରୁ ସାବାସୀ ନେବା... 

ଚାଲ ଆମେ ପୁଣି ସ୍କୁଲକୁ ଯିବା ।


ଚାଲ ଆମେ ପୁଣି ସ୍କୁଲକୁ ଯିବା

ଆମ ପରିବେଶ ସଫା କରିବା

ଖେଳ ଖେଳିବା...

ଗାତ ଖୋଳିବା...

ଗଛ ଲଗେଇ...

ପାଣି ଢାଳିବା...

ଆମରି ସାଥିରେ ଗଛ ବି ବଢିବ

ସେବା ବଦଳରେ ସେବା ପାଇବା...

ଚାଲ ଆମେ ପୁଣି ସ୍କୁଲକୁ ଯିବା ।


ଚାଲ ଆମେ ପୁଣି ସ୍କୁଲକୁ ଯିବା

କେତେ ନୀତିଶିକ୍ଷା ପୁଣି ଶିଖିବା

ମୁହଁ ଧୋଇବା...

ଦାନ୍ତ ଘୋଷିବା...

ତେଲ ଲଗେଇ...

ସ୍ନାନ କରିବା...

ଭାଇ ଭଉଣୀଙ୍କୁ ସେନେହ ବାଣ୍ଟିବା

ଗୁରୁ ଗୁରୁଜନେ ସମ୍ମାନ ଦେବା...

ଚାଲ ଆମେ ପୁଣି ସ୍କୁଲକୁ ଯିବା ।


ଚାଲ ଆମେ ପୁଣି ସ୍କୁଲକୁ ଯିବା

ମହାପୁରୁଷଙ୍କୁ ମନେ ଗୁଣିବା

ସତ କହିବା...

ଶପଥ ନେବା...

ଦେଶ ପାଇଁକା...

କାମ କରିବା...

ଲୋଡା ହେଲେ କେବେ ଦେଶ ପାଇଁ ଆମେ

ପ୍ରତି ରକ୍ତବିନ୍ଦୁ ଦାନ କରିବା ...

ଚାଲ ଆମେ ପୁଣି ସ୍କୁଲକୁ ଯିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍