Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସନ୍ତୋଷ କୁମାର ନାୟକ

Romance Fantasy Others

4  

ସନ୍ତୋଷ କୁମାର ନାୟକ

Romance Fantasy Others

ଅଭୁଲା ସେ ମୁହୂର୍ତ୍ତ କିଛି

ଅଭୁଲା ସେ ମୁହୂର୍ତ୍ତ କିଛି

1 min
428


ସେଇ ପ୍ରଥମ ଦେଖା

ଆଜି ବି ଛବିଟିଏ ନେତ୍ର ଯୁଗଳରେ,

ସେଇ ପ୍ରଥମ କଥା

ଆଜି ବି ଗୁଞ୍ଜରିତ ହୁଏ କର୍ଣ୍ଣଧାରେ ।


ସେଇ ପ୍ରଥମ ସ୍ପର୍ଶ

ଆଜି ବି ଦାଗଟିଏ ଛାତିର ପୃଷ୍ଠରେ,

ସେଇ ପ୍ରଥମ ଭାବ

ଆଜି ବି ଅନ୍ତରକୁ ରୋମାଞ୍ଚିତ କରେ । 


ସେଇ ପ୍ରଥମ ଗୀତି

ଉତ୍ତପ୍ତ ହୃଦୟକୁ ଜଗାଏ ପ୍ରଶାନ୍ତି,

ସେଇ ପ୍ରଥମ ରାତି

ଆଜି ବି ଉଜାଗର କରଇ ଯେ ନିତି ।


ସେଇ ପ୍ରଥମ ବର୍ଷା

ଆଜି ବି ସିକ୍ତ କରେ ଦେହ ଆଉ ପ୍ରାଣ,

ସେଇ ପ୍ରଥମ ଈର୍ଷା

ଫିକା ଜୀବନେ ବୋଳେ ରଙ୍ଗ ଆସ୍ତରଣ ।


ସେଇ ପ୍ରଥମ ପ୍ରେମ

ଆଜି ବି ଆସ୍ତେ ଆସ୍ତେ କରେ ମତୁଆଲା,

ସେଇ ପ୍ରଥମ ଭ୍ରମ

ଆଜି ବି ବିବେକରେ ଦେଇଦିଏ ତାଲା ।


କେତେ ଅଭୁଲା ସ୍ମୃତି

ରୂପେଲି ଜହ୍ନ ପରି ଚକ୍ ଚକ୍ ଦିଶେ,

କେତେ ଅଭୁଲା ସ୍ମୃତି

ଜୁଆର ଭଟ୍ଟା ହେଇ ସାଗରରେ ମିଶେ ।


Rate this content
Log in

Similar oriya poem from Romance