ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି
ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି
ଦେଖ ଦେଖ
ଦେଖ ଦେଖ
ଆମ ଦେଶ ପ୍ରୀତି ଦେଖ,
ଚାଳ ଛପରରେ
ରାଜ ମହଲରେ
ଅତି ଆନନ୍ଦରେ
ପ୍ରତି ଘରେ ଘରେ
ଉଡୁଛି ଜାତି ବୈରଖ ।
ଦେଖ ଦେଖ
ଶୁଣ ଶୁଣ
ଶୁଣ ଶୁଣ
ଆମ ରାଷ୍ଟ୍ର ଗୀତି ଶୁଣ
ସୁମଧୁର ସୁରେ
ଭକତି ଅନ୍ତରେ
ଅତି ଆଦରରେ
ପ୍ରତି କଣ୍ଠୁ ଝରେ
ଭାରତ ମାଆର ଗୁଣ ।
ଶୁଣ ଶୁଣ
ଚାଖ ଚାଖ
ଚାଖ ଚାଖ
ସ୍ବାଧୀନତା ସ୍ଵାଦ ଚାଖ,
ସଭିଏଁ ସମାନ
କହେ ସମ୍ବିଧାନ
ସାନ ବଡେ ଦିଅ
ଉଚିତ ସମ୍ମାନ
ଦେଶର ମର୍ଯ୍ୟାଦା ରଖ ।
ଚାଖ ଚାଖ
ଆସ ଆସ
ଆସ ଆସ
ଭାଇ ଭଉଣୀଏ ଆସ,
ପୂର୍ବ ପୁରୁଷର
ଗାଇ ଜୟକାର
ବିଜୟ ପଥରେ
ହେବା ଅଗ୍ରସର
ଈର୍ଷା ଦ୍ୱେଷ କରି ନାଶ ।
ଆସ ଆସ