Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Kumar Nayak

Abstract Inspirational Others

3  

Santosh Kumar Nayak

Abstract Inspirational Others

କାଗଜ

କାଗଜ

1 min
184


କାଗଜ ଖଣ୍ଡିଏ

ପ୍ରେମ ପତ୍ର ସାଜି କେବେ

ବଖାଣଇ ପ୍ରେମିକ ଭାବନା,

ଆତ୍ମଘାତୀ ଫର୍ଦ୍ଦ ହେଇ

ପୁଣି କେବେ ଗାଇଚାଲେ

ଅତୀତର ଅକୁହା ଯାତନା ।

ଗାନ୍ଧୀ ନୋଟ୍ ସାଜି କେବେ

ସଭିଙ୍କୁ ସେ କରିପାରେ ବଶ,

ପୁଣି କେବେ ବନିଯାଏ

ଜମିଜମା ଖତିୟାନ 

ସୃଷ୍ଟି କରେ ରକ୍ତାକ୍ତ ସଂଘର୍ଷ ।

ନିମନ୍ତ୍ରଣ ପତ୍ର ସାଜି

ଯୋଡିଦିଏ ଭାବ ସମ୍ପର୍କର,

ପୁଣି କେବେ ଭାଙ୍ଗିଦିଏ

ଛାଡ଼ପତ୍ର ରୂପ ନେଇ

ଅଧା ଗଢା କେତେ ଯେ ସଂସାର !

ଚିତ୍ରକର କାନଭାସ୍

ଆଙ୍କିଦିଏ ମନଲୋଭା ଛବି,

ଅୟୁତ ଅୟୁତ ଭାବ

କଲମରେ ଲେଖିଯାଏ

ତୁମ ଆଉ ଆମ ପରି କବି !

କାଗଜ ଖଣ୍ଡିଏ

କେତେ ଗୁଣ ଅବଗୁଣ

ଠୁଳ ତାର ଟିକି କଳବରେ,

ପିଲାଠାରୁ ବୁଢ଼ା ଯାଏଁ

ସକାଳରୁ ସଞ୍ଜ ଯାଏଁ

ଲୋଡ଼ିଥାନ୍ତି ପ୍ରତି ମୁହୂର୍ତ୍ତରେ ।।


Rate this content
Log in