Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Prasad Behera

Abstract

3  

Narendra Prasad Behera

Abstract

ନିବେଦନ ଘେନ ମୋର

ନିବେଦନ ଘେନ ମୋର

1 min
243


ଜଗତର ପିତା   ହେ ବିଶ୍ବ ନିର୍ମାତା

    ସଭିଙ୍କ ବଡ଼ ଠାକୁର

ଶୁଭ ସକାଳରେ   କରୁଛି ପ୍ରାର୍ଥନା

   ନିବେଦନ ଘେନ ମୋର ।


ଜାଣିଛି ପ୍ରଭୁ ହେ   ମହିମା ତୁମର

    ସଂସାରେ ଅଟଇ ସାର

କେଉଁ ଦୋଷ ଦେଖି   ଦଣ୍ଡଦେଇ ତାଙ୍କୁ

      ରଖିଲ ଘର ଭିତର ।


ସରଳ ନିଷ୍ପାପ    ମଣିଷଟିଏ ସେ

    ଅଟେ ପ୍ରିୟ ସଭିଙ୍କର

ନରଖି ମନରେ    ଆବିଳତା କିଛି

     କରନ୍ତି ଅତି ନିଜର ।


ଯାହାପାଇଁ ଦିନେ    ଉଡିଲି ଗଗନେ

     କିପରି ହୋଇବି ପର

ବିମାନରେ ଚଢି    କଲିକତା ଗଲି

    ମନେ ଅଛି ଆଜି ମୋର ।


କେତେ ଅଫିସର   ପାଖେ ପରିଚିତ

     ଯାଇଣ ତାଙ୍କ ସଙ୍ଗର

ମାଗିଲେ ନମ୍ବର    ଅବିଳମ୍ବେ ଦେଇ

    ତୋଷିଥାନ୍ତି ମନ ମୋର ।


ସାମ୍ବାଦିକତାରେ   ଵୟୋଜ୍ଯୋଷ୍ଠ ପୁଣି

    ବଡ଼ ଭାଇ ଅଟେ ମୋର

 ଦେଖି ତାଙ୍କ କଷ୍ଟ   ପାରୁନାହିଁ ରହି

      ଆଖିରୁ ବହୁଛି ନୀର ।


ପ୍ରାତଃ ଭ୍ରମଣରେ   ରାସ୍ତାରେ କଚାଡି

    ଭାଙ୍ଗିଲ ଗୋଡ଼ ତାଙ୍କର

ଯନ୍ତ୍ରଣାରେ ଛଟ   ପଟ ହେଉଛନ୍ତି

     ଶୋଇଛନ୍ତି ବିଛଣାର ।


ଖଇରା ବ୍ଲକର    ପ୍ରତିନିଧି ଭାବେ

     ଦୈନିକ କାର୍ଯ୍ୟ ତାଙ୍କର

ସାଇବର ନ୍ଯୁଜ୍   ପୋର୍ଟାଲ କାର୍ଡ ଯେ

     ଝୁଲୁଣ ଥିଲା ବେକର ।


ବ୍ଲକ ପଞ୍ଚାୟତ    ଥାନା ଯେ ଖଇରା

     ପୁଣି ଜିଲ୍ଲା ବାଲେଶ୍ବର

ଆଳଦା ଗ୍ରାମରେ   ଘର ଯେ ତାଙ୍କର

      ପରିଚିତ ଅଞ୍ଚଳର ।


ପଦ୍ମଲୋଚନ  ଡାକ  ବିଜୁ ଭାଇ ସେ

     ଦାସ ବାବୁ ସଭିଙ୍କର

ସାମ୍ବାଦିକ ସ୍ବର   ଯାଇଥିଲା ଲମ୍ବି

    ଗାଆଁ ଗାଆଁ ଘର ଘର ।


କୁହ ଜଗନ୍ନାଥ  କେଉଁ ଦୋଷ ଦେଖି

     ଦଣ୍ଡିଲ ହୋଇ ନିଷ୍ଠୁର

ସମସ୍ତ ମୁଖରୁ   ଛଡାଇଲ ହସ

   ଶୀଘ୍ର ଶୀଘ୍ର ସୁସ୍ଥ କର ।


ସବୁ ସାମ୍ବାଦିକ  କରୁଛୁ ପ୍ରାର୍ଥନା

    ସୁଦୟା ତାହାଙ୍କୁ କର

ସୁସ୍ଥ କରି ତାଙ୍କୁ   ଚଲାଅ ରାସ୍ତାରେ

     ବଡ଼ଭାଇ ସେ ଆମ୍ଭର ।


Rate this content
Log in

Similar oriya poem from Abstract