STORYMIRROR

Narendra Prasad Behera

Others

3  

Narendra Prasad Behera

Others

ଶୀତ ବସ୍ତ୍ର ଦିଅ କିଣି

ଶୀତ ବସ୍ତ୍ର ଦିଅ କିଣି

1 min
146

 ଡାକିଡାକି ଆଜି ଥକି ମୁଁ ଗଲିଣି

   କଳାକାହ୍ନୁ ନୀଳମଣି

କେଉଁ ଦିନ ପ୍ରଭୁ  ଡାକ ତୁ ଶୁଣିବୁ

  ପ୍ରବଳ ଶୀତ ହେଲାଣି ।୧।

କଳାକାହ୍ନୁ.......(ଘୋଷା)


ନାହିଁ ଧନରତ୍ନ ଅଟେ ଦୀନହୀନ  

   କିଣିନି ଶୀତ ବସନ

ସାରା ଦେହ ମୋର  ଶୀତରେ ଥରୁଛି

   କେମିତି କାଟିବି ଦିନ ।୨।


ତୁହି ପରା ସେହି ଜଗତ ଠାକୁର

  ଦେଉଥାଉ ମନ ଜାଣି

ଅବହେଳା ମୋତେ କରୁଛ କାହିଁକି

  ପାରୁନି ଜାକେଟ କିଣି ।୩।

 କଳାକାହ୍ନୁ........(ଘୋଷା)


 ବସିଅଛୁ ତୁହି ସମୁଦ୍ର କୂଳରେ

  ସଙ୍ଗରେ ଧରି ଭଉଣୀ

ମୁଁ ଏଠି ବସିକି ଭଙ୍ଗା କୁଡିଆରେ

  ଶୀତରେ କମ୍ପୁଛି ପୁଣି ।୪।

କଳାକାହ୍ନୁ........(ଘୋଷା)


 ଗଢିଅଛୁ ତୁ ତ ଏ ବିଶ୍ୱଵ୍ରହ୍ମାଣ୍ଡ

  ସଭିଏ ତମର ପ୍ରାଣୀ

ନ ମାଗିଲେ କିଛି ଦେଉଥାଉ ପୁଣି

  ମନକଥା ଜାଣି ଜାଣି ।୫।

କଳାକାହ୍ନୁ.......(ଘୋଷା)


ଗମ୍ଭୀରା ଭିତରେ ଆରାମେ ବସିଛୁ

  ଦାମିକା ବସନ କିଣି

ମୁଁ ଏଠି ମରୁଛି  ଶୀତରେ ଥରିକି

 (ମୋତେ)ଶୀତବସ୍ତ୍ର ଦିଅ ଆଣି ।୬।

କଳାକାହ୍ନୁ........(ଘୋଷା)


ତୁ କିଆଁ ଜାଣିବୁ ପତିତର ଦୁଃଖ

  ବସି ବଜାଉ ଖଞ୍ଜଣି

ସୁଖ ଆନନ୍ଦରେ  ନିଜେ ତୁ ବସିଛୁ

 ମୋତେ ତୁ ଭୁଲିଗଲୁଣି ।୭।

କଳାକାହ୍ନୁ........(ଘୋଷା)


କାହିଁକି ବୋଲିଵି ଜଗତ ଠାକୁର

  ପଥର ତୁ ତ ହେଲୁଣି

ମୁରୁକି ହସୁଛୁ ଦେଉଳ ଭିତରେ

 (ମୁଁ) ଶୀତରେ ଥରି ମଲିଣି ।୮।


ଏ ସମୟେ ମୋତେ କାହିଁ ଦେଉ କଷ୍ଟ

  ବୟସ ମୋର ହେଲାଣି 

କହେ ହାତଯୋଡି  ଆହେ ନୀଳମଣି

  ଯିବାକୁ ବେଳ ହେଲାଣି ।୯।

କଳାକାହ୍ନୁ......

  ପ୍ରବଳ ଶୀତ ହେ.....


କଳାକାହ୍ନୁ ନୀଳ.....

 ଡାକିଡାକି ପ୍ରଭୁ ......



Rate this content
Log in