STORYMIRROR

Narendra Prasad Behera

Others

3  

Narendra Prasad Behera

Others

ସାମାଜିକ ପ୍ରାଣୀ

ସାମାଜିକ ପ୍ରାଣୀ

1 min
109

ସମାଜର ରୀତି  ନୀତି ପରମ୍ପରା

  ଅଛି ଯେତେକ ଚଳଣି

ଏ ମାନବ ଜାତି  ସମ୍ମାନ ଜଣାଏ

  ଗୋଟି ଗୋଟି ଗଣିଗଣି ।୧।


ବାର ଓଷା ତେର  ପରବ ପଡଇ

  ବରଷକେ ବାର ମାସ

ସବୁ ପରବରେ  ହେଉଥାଏ ଖୁସି

   ଆମ ଏ ହିନ୍ଦୁ ମଣିଷ ।୨।


ପ୍ରତି ମାସେ ଅଛି  ପୁନେଇ ପରବ

  ଓଷା ବାର ବ୍ରତ ପୂଜା

ଗଭୀର ଭାବରେ  ଚିନ୍ତା କଲେ ଥରେ

  ଲାଗିବ ବହୁତ ମଜା ।୩।


ପିଲାଛୁଆଙ୍କର  ଖୁସି ଦେଖିବାକୁ

  ପିତାମାତା ଆଗଭର

ପର୍ବପର୍ବାଣୀରେ  ଖୁସି ଆନନ୍ଦରେ

   ବୁଲନ୍ତି ଘରକୁ ଘର ।୪।


ବିବାହ ବ୍ରତକୁ  ହେବନି ଏଡାଇ

  ହିନ୍ଦୁ ରୀତିନୀତି ଏହା

ବିଭିନ୍ନ ପୂଜାରେ  ବୁଲି ଦେଖୁଥାନ୍ତି

  ହୋଇଥାଏ ଯାହା ଯାହା ।୫।


ଅନର୍ଥର ମୂଳ  କାରଣ ହୁଅଇ

  ପାଖରେ ନଥିଲେ ଅର୍ଥ

ତଥାପି ମଣିଷ  ପ୍ରତ୍ୟେକ ପର୍ବକୁ

  ପାଳନେ ହୁଏ ସମର୍ଥ ।୬।


ବୁଝିବେନି କେହି  ପିତାମାତାଙ୍କର

   ଆର୍ଥିକ ଅବସ୍ଥା କଥା

ଯେତେ ବୁଝାଇଲେ  ନ ବୁଝିବେ କେହି

    ଘୁରିଯିବ ନିଜ ମଥା ।୭।


ସମସ୍ତ ପର୍ବକୁ  ସମ୍ମାନ ଦେବାକୁ

   କୁହଇ ଅମୃତ ବାଣୀ

ସେଥିପାଇଁ ହୁଏ  ସଂସାରେ ମଣିଷ

 ଗଣା ସାମାଜିକ ପ୍ରାଣୀ ।।୮।।



Rate this content
Log in