Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narendra Prasad Behera

Abstract

3  

Narendra Prasad Behera

Abstract

ସୁଦକ୍ଷ କାରିଗର

ସୁଦକ୍ଷ କାରିଗର

1 min
186



ସାହିତ୍ୟ ସାଧକ  ମହେନ୍ଦ୍ର ବାରିକ

   ଶିକ୍ଷାବିତ୍ ନାଟ୍ୟକାର

ଶିକ୍ଷା ଜଗତରେ ରଖିଗଲ ନାମ

   ପ୍ରିୟ ହେଲ ସଭିଙ୍କର ।


ଅନୁପସ୍ଥିତି ତୁମ  ଭାରି ବାଧୁଅଛି

   ଆଜି ଏ ଜନ ମାନସେ

ଖୋଜି ଖୋଜି ଆମ୍ଭେ ହେଲୁଣି ନୟାନ୍ତ

   ଲୋତକରେ ଚକ୍ଷୁ ଭାସେ ।


ଲେଖିଦେଇ ଗଲ  କେତେ ଯେ ପୁସ୍ତକ

    ପିଲାଙ୍କ ଶିକ୍ଷା ନିମନ୍ତେ

ସ୍ତବ୍ଧ ହୋଇଗଲା ଏ ଶିକ୍ଷା ସମାଜ

  ଅକାଳେ ତୁମ ଦେହାନ୍ତେ ।


ଶିକ୍ଷା ଜଗତରେ  ତାରାଟିଏ ସାଜି

   ଉଜ୍ଜ୍ୱଳ ଆଲୋକ ଥିଲ

ଆଲୋଚନା କେବେ କରିନାହିଁ କେହି

   ସମସ୍ତେ କହନ୍ତି ଭଲ ।


ଯେଉଁଠି ଥିଲେବି  ଶାନ୍ତିରେ ଥାଆନ୍ତୁ

   ଏହି ନିବେଦନ ମୋର

କାଳଜୟୀ ହେଉ  ରଚନା ତୁମର

   ହେ ସୁଦକ୍ଷ କଳାକାର ।




Rate this content
Log in