ଅଭିଶାପ ଜହ୍ନ ରାତିକୁ
ଅଭିଶାପ ଜହ୍ନ ରାତିକୁ
ଡେଣା ଭାଙ୍ଗି ବଞ୍ଚୁଥିବା ପକ୍ଷୀଟିଏ
ଜାଣେନା ତା'ର ଜୀବନ ର ଗତିପଥ
ସଂଗ୍ରାମ କରେ ନିଜ ସହିତ
ଜୀବନ ଜୀଇଁବାର କଳା ଶିଖେ
ନିରାଶା ଭିତରେ ଭରଷା ମିଳିଲେ
ଯୁଟେ ଶତ ସିଂହର ବଳ
ଅଜସ୍ର ଫୁଲ ଫୁଟାଏ ପ୍ରେମିକା ପାଇଁ
ହେଲେ କ'ଣ ଅଭିସାର ରଚିପାରେ??
କେବେ ଜହ୍ନ ହାତରେ ବାର୍ତ୍ତା ତ
କେବେ ଅଭିଶାପ ଦିଏ
ଜହ୍ନ ରାତି କୁ ଅଭିସାରିକା
ଦେହ ମିଳନ ପାଇଁ ସ୍ବପ୍ନ ଦେଖୁଥାଏ
ଶୃଙ୍ଗାର ରଚୁଥାଏ ସ୍ବପ୍ନ ରେ ସ୍ବପ୍ନ ରେ ।