Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Narendra Prasad Behera

Abstract

3  

Narendra Prasad Behera

Abstract

ପୂଜନୀୟ ମହାରାଜା

ପୂଜନୀୟ ମହାରାଜା

1 min
176


ଉତ୍କଳ ଦେଶର  ଏକମାତ୍ର ରାଜା

    ସୁଖରେ ପାଳିବ ପ୍ରଜା

ଅଧର୍ମ ବଢିଲେ  ଗ୍ରାମେଗ୍ରାମେ ବୁଲି

    ବାଛିବାଛି ଦେବ ସଜା ।


ବଢିଛି ଅନ୍ଯାୟ   ଓଡିଶା ପ୍ରଦେଶେ

    ଗ୍ରାସୀଅଛି ମହାମାରୀ

ମିଳୁନାହିଁ ଦେଖା   ମହାରାଜାଙ୍କର

     କେମିତି ହୋଇବୁ ପାରି ।


ଦୈବ ଦୁର୍ବିପାକ  ବନ୍ୟା ବାତ୍ଯା ପୁଣି

    ତା ସାଙ୍ଗକୁ ଯେ ମରୁଡି

ନିମିଷକେ ସବୁ   ହୋଇଯିବ ଦୂର

   ଉଚ୍ଚ ସ୍ବରେ ଦେଲେ ରଡ଼ି ।


ପ୍ରଜାଙ୍କୁ ସୁଖରେ   ରଖିବା ଦାୟିତ୍ୱ

      ବହନ କରିଛ ହରି

ଯେତେ ଖୋଜିଲେ ବି   ମିଳୁନାହିଁ ଦେଖା

     ରୋଗରେ ଗଲୁଣି ମରି ।


ଦୁଃଖୀ ଜନଙ୍କର   ଦୁଃଖ ବୁଝିବାକୁ

    ରାଜା ନାମ ବାଛି ନେଲ

ଆଜି ଏ ସମୟେ   ନୀଳାଚଳ ଛାଡି

    କେଉଁଠାକୁ ଚାଲିଗଲ ।


ଓଡିଶା ପ୍ରଦେଶେ   ଯେତେଛନ୍ତି ଜନ

      ସମସ୍ତେ ତୁମର ପ୍ରଜା

ଦିଅନାହିଁ ଛାପା   ଆହେ ମହାରାଜା

     ପାଇଲୁଣି ଆମ୍ଭେ ସଜା ।


ଦୈନିକ ଗଡୁଛି   କେତେକେତେ ମୁଣ୍ଡ

     ଦେଖୁଛ ସବୁ ନୟନେ

ଆକୁଳ ଚିତ୍କାର    ରାଜ୍ୟ ବାସୀଙ୍କର

    ଢୁକୁ ନାହିଁ କି ତୋ କାନେ ।


କେତେଦିନ ଆଉ   କନ୍ଦାଇ ମାରିବ

       ବଚନ ଦିଅ ଆମ୍ଭଙ୍କୁ

ନକଲେ ଉଦ୍ଧାର   ହୋଇବ ଅନ୍ଧାର

     ପୂଜିବୁ ନାହିଁ ତୁମ୍ଭଙ୍କୁ ।


ବିପଦ ବେଳରେ   ହଜିଲେ କେଉଁଠି

     ପୂଜନୀୟ ମହାରାଜା

କରେ ନିବେଦନ    ଆସନ୍ତୁ ସମସ୍ତେ

     ଖୋଜିବା ଉତ୍କଳ ରାଜା ।


ସାତତାଳ ପଙ୍କେ   ଲୁଚିଥିଲେ ରାଜା

     ଆଣିବା ତାହାଙ୍କୁ ଖୋଜି

ଆଦାୟ କରିବା    ତାଙ୍କଠାରୁ ନ୍ଯାୟ

     ମହାମାରୀ ଯିବ ହଜି ।


Rate this content
Log in