Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

3  

Bijay Prusty

Abstract

ଇଚ୍ଛାମୟ ହରି

ଇଚ୍ଛାମୟ ହରି

1 min
170


ଅନାଦି ଅନନ୍ତ ଇଚ୍ଛାମୟ ହରି

କେ ପାରିଛି ତାଙ୍କୁ ବୁଝି

ତାଙ୍କରି ଇଚ୍ଛାରେ ସଂସାର ଚାଲିଛି

ଆମେ କରୁ ଚାଲବାଜି I


ସରବ ଘଟରେ ତାଙ୍କରି ଆବାସ

ଯେ ତାଙ୍କୁ ଯେପରି ଦେଖେ

ତାଙ୍କରି ଇଙ୍ଗିତେ କର୍ମ କରିଯାଏ

ନିଜ ଭାଗ୍ୟ ନିଜେ ଲେଖେ I


ସବୁ ସମସ୍ୟାର ସମାଧାନ ସିଏ

କରି ସେ କରାଉ ଥାନ୍ତି

ବୁଝି ପାରିନାହିଁ ବୋଲି ଏ ମଣିଷ

କାଠ ଖଣ୍ଡେ କହୁଛନ୍ତି I


ଦେଖି ହୁଏ ନାହିଁ ରୂପକୁ ତାଙ୍କର

ଅନୁଭବ ହୁଏ କରି

ସବୁ କରମର ନିୟନ୍ତା ସେ ପରା

ସର୍ବ ଇଚ୍ଛାମୟ ହରି I


ଯାହା ହେଉଥିଲା ସେ ହିଁ କରୁଥିଲେ

ଏବେ ଯାହା ଯାହା ହୁଏ

ବ୍ୟସ୍ତ ହୁଅନାହିଁ ସବୁ ତାଙ୍କ ଲୀଳା

ସବୁ କରୁଛନ୍ତି ସିଏ I


ପାର ଯଦି ନିଜ ହୃଦୟୁ ନିଗାଡି

ପ୍ରୀତିପୂର୍ଣ୍ଣ ଭକ୍ତିରସ

ସମର୍ପଣ କର ତାଙ୍କ ପାଦତଳେ

ମୁହଁରେ ଫୁଟାଇ ହସ I

    


Rate this content
Log in

Similar oriya poem from Abstract