ସମ୍ପର୍କ (ଚତୁର୍ଥ ଭାଗ)
ସମ୍ପର୍କ (ଚତୁର୍ଥ ଭାଗ)
ଉଷା ର ଆଲୋକରେ ଥରେ ଆକାଶକୁ ଚାହଁ
କେଡେ ସୁନ୍ଦର ଭାବେ
ସ୍ବାଗତ କରୁଛି ସେ ଆରକ୍ତ ରବିଙ୍କୁ।
ଦିବସର ବୃଦ୍ଧି ରେ ତେଜୀୟାନ ରବି
ତଥାପି ନିର୍ବିକାର ଭାବେ ତା ବକ୍ଷରେ ଧରିଛି ସେ।
ରାତ୍ରି ର ଆଗମନେ ଅସଂଖ୍ୟ ତାରାମାନଙ୍କୁ
ଆପଣେଇଛି ସେ ବିନା କିଛି ଅଭିଯୋଗରେ।
ଶୁକ୍ଳ ପକ୍ଷେ ବିଞ୍ଚିଛି ସେ ଜହ୍ନ ର ଜୋଛନା
ପୁଣି କୃଷ୍ଣ ପକ୍ଷେ ଢାଳିଛି ସେ
ନକ୍ଷତ୍ର ମାନଙ୍କ ର ମିଞ୍ଜି ମିଞ୍ଜି ଆଭା।
ଉଦାର ପଣରେ ସବୁ କିଛି ସେ
ଅଜାଡି ଦେଇଛି ପୃଥିବୀ ବକ୍ଷେ
ସେହି ମଧୁର ସଂପର୍କ ପାଇଁ ।
ବର୍ଷାର ବୁନ୍ଦା କୁ ଅଜାଡି ଦିଏ ସେ
ଧରଣୀ ବୁକୁରେ ବିନା ସ୍ବାର୍ଥ ରେ
ସେହି ଭଲପାଇବାପାଇଁ ।
ସବୁକିଛି ଅଜାଡି ଦେଇ
ଶୂନ୍ଯତାକୁ ଧରି ରଖେ ନିଜ ବୁକୁରେ
ପୂର୍ଣ୍ଣତା ର ପ୍ରତୀକ ସାଜି।
ସବୁକିଛି ପାଇ ଧରଣୀ ବାଣ୍ଟେ
ପ୍ରତିଟି ପ୍ରାଣକୁ ବଞ୍ଚାଇ ରଖିବା ପାଇଁ
ଭଲ ପାଇବାର ରଜ୍ଜୁରେ ସବୁକୁ ବାନ୍ଧେ
ଆପଣାର କରିବା ପାଇଁ ।
କିନ୍ତୁ ଏ ମଣିିଷ ସବୁକିଛି ଭୁଲି
ପ୍ରକୃତି ର ବକ୍ଷ ବିଦୀର୍ଣ୍ଣ କରେ
ବୃକ୍ଷଲତା ଓ ପଶୁପକ୍ଷୀଙ୍କ ଜୀବନ ନିଏ
ନିଜେ ଚୋରୀ, ନାରୀ, ହତ୍ୟା ଲୁଣ୍ଠନ
ସବୁ କରି ନିଜକୁ ସାବାସୀ ଦିଏ।
ସଂପର୍କ ର ସ୍ବର ତା କର୍ଣ୍ଣ ରେ ବାଜେନା
ସେ ପାଲଟେ ଜୀବନ୍ତ ଦାନବ
ପିପାସା ରେ ମଦମତ୍ତ ହୋଇ
କାଟି ଚାଲେ ସଂପର୍କ ର ଖିଅ
ଠିକ୍ ପାହାଡୀ ମୂଷିକ ପରି
ସଂପୂର୍ଣ୍ଣ ଦନ୍ତଶୂନ୍ଯ ହେବାଯାଏ।