କେମିତି
କେମିତି
ଜାଣିଛି ହସିବା ଗୋଟେ ବ୍ୟାୟମ
ଦେହ ପାଇଁ ହିତ
ହେଲେ କେମିତି ହସିବି କୁହ ?
ଭାବେ ସକାଳୁ ଉଠି
ଦି କିଲୋମିଟର ଚାଳିବି
ଚାଲିଲେ ରକ୍ତ ସଞ୍ଚାଳନ ହବ
ହେଲେ କେମିତି ଚାଲିବି କୁହ?
ମୁଣ୍ଡରେ ଅନେକ ଭାବନା
କେତେ ଚରିତ୍ର କେତେ ପରିସ୍ଥିତି
ସାମ୍ନାରେ ଚାଲି ଯାଆନ୍ତି ସମସ୍ତେ
ହେଲେ କେମିତି ଦେଖିବି କୁହ ?
ଶୁଣେ ମଧୁର ଶବ୍ଦ
ଇଚ୍ଛା ହୁଏ କହିବାକୁ ଦିଅ ପଦ
ଗାଇବାକୁ କାଳିଆର ପ୍ରାର୍ଥନା
ହେଲେ କେମିତି ଗାଇବି କୁହ ?
ମୁଇଁ ତ ମୁକ ,ଅନ୍ଧ
ଜନ୍ମରୁ ପଙ୍ଗୁ, ଅକର୍ମଣ୍ୟ
କୁହ କାଳିଆ କୁହ ..
କେମିତି ମୁଁ ବଞ୍ଚିବି କୁହ ?