Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Inspirational Others Children

3  

Disambar Meher

Inspirational Others Children

ଭାଗ୍ୟ ଚକ୍ର

ଭାଗ୍ୟ ଚକ୍ର

1 min
165


ଅଚିନ୍ତାରେ ଶୋଇଛି ପୁଅ 

ଭୟ ନାହିଁ କି ଖାତିର ନାହିଁ

ବାପା ଅଛନ୍ତି ବୋଲି ତ ।


ଭୋକ ହେଲେ ଖାଇବାକୁ ଦେବେ

ବଜାରରୁ ମିଠା ଆଣିବେ 

ମନଜିଣା ଖେଳଣା ଆଣିବେ ।


ଜ୍ଵର ହେଲେ ଡାକ୍ତର ଡାକନ୍ତି

ଅନାସକ୍ତ ଭଲ ପାଇବା ଦିଅନ୍ତି

କେତେ କଠିନ ପରିଶ୍ରମ ।


ଲକ୍ଷ୍ୟ ତାଙ୍କ ଆଗୁଆ

ପୁଅର ଜନ୍ମରୁ ଦେଖିଛନ୍ତି ସ୍ଵପ୍ନ

ମୋ ପୁଅ ବଡମଣିଷ ହେବ ।


ପାଠପଢି ନାଁ କରିବ

ଛାତି ମୋର ଚଉଡା କରିବ 

ମୋ ସୁନା ମୋ ସୁନା ମୁଣ୍ଡା ।


ଦଇବର ଦାଉ

ନାଁ କି ପାପ କର୍ମର ଫଳ

ଏ ପାଦଟି ଆଜି ପାରାଲେସିସରେ ନିଶ୍ଚଳ ।


କେଜାଣି ମୋ ଆଖି ଲୁହ 

କାହାକୁ କରୁନି ଆଜି ବ୍ୟଥିତ

କି ଭୁଲ୍ ର ଏ ପ୍ରାୟଶ୍ଚିତ ।


ସ୍ନେହ ମମତାର ମହକ

ନାହିଁ ଆଉ କି ଚମକ

ଲାଗୁଛି କି ଆଜି ଦୁର୍ଗନ୍ଧ ।


ପୁଅ ଆଜି ମୋ ପାଇଁ ବାପ

ବାପା ବାପା ବାପା

ପାଉନି ପ୍ରତି ଉତ୍ତର ।


Rate this content
Log in

Similar oriya poem from Inspirational